Friday, October 30, 2026
Latestରାଜ୍ୟ

ଦୁଇ ଯୋଜନା ମିଶିଲେ ବି ଚାଲୁ ରହିବ କାଳିଆ ଯୋଜନା : କୃଷିମନ୍ତ୍ରୀ

ଭୁବନେଶ୍ୱର() କାଳିଆ ଯୋଜନା ଚାଲୁ ରହିବ। ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ। କାଳିଆର ୨ୟ କିସ୍ତି ଚାଲୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାରୀ ଦ୍ୱିତୀୟ କିସ୍ତି ଦେବାକୁ ବିଚାର କରିଛନ୍ତି। ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ ‘କାଳିଆ’କୁ ‘କିଷାନ’ ରେ ବିଲୟ କରିବାକୁ ରାଜ୍ୟ ବିଚାର କରୁଛି । ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ଯୋଜନାକୁ ଯେଉଁଭଳି କିଷାନରେ ଗତ ଫେବୃୟାରୀରେ ବିଲୟ କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି।

କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲା ବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ ସମ୍ମତ ହୋଇଛି। ଏହାଛଡ଼ା କାଳିଆ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ି ‘କିଷାନ’ରେ ସାମିଲ ନ ହୋଇପାରିବେ (ଭୂମିହୀନ) ସେମାନଙ୍କୁ ସହାୟତା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟର ଏ ପ୍ରସ୍ତାବରେ କେନ୍ଦ୍ର ମଧ୍ୟ ମୋହନ ମାରିଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

fourteen − 4 =