Friday, October 30, 2026
Latestମନୋରଞ୍ଜନ

ନିଜ ଫିଲ୍ମକୁ ନଦେଖିବା ପାଇଁ ପରାମର୍ଶ ଦେଲେ ଏହି ଅଭିନେତା

ମୁମ୍ବାଇ() ବଲିଉଡ ଅଭିନେତା ଇମ୍ରାନ ହାସ୍ମି । ଇମ୍ରାନ ନିଜ ଆଗାମୀ ଫିଲ୍ମ “ଦ ବଡି” ପ୍ରମୋସନରେ ବ୍ୟସ୍ଥ ଅଛନ୍ତି। ଏକ ସାକ୍ଷାତକାରରେ ଇମ୍ରାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଦେଶର ନାବାଳକ ଏବଂ ନାବାଳିକାଙ୍କୁ କେଉଁ ଫିଲ୍ମ ଦେଖିବା ଉଚିତ। ଏନେଇ ଇମ୍ରାନ କହିଛନ୍ତି ଯେ, ଛୁଆଙ୍କୁ କଣ ଦେଖିବା ଉଚିତ୍ ତାହା ସେ କହିବେ ନାହିଁ ହେଲେ ସେମାନେ କଣ ଦେଖିବା ଉଚିତ୍ ନୁହେଁ ତାହା ସେ କହିଛନ୍ତି ।

ତାଙ୍କ ଫିଲ୍ମ ଛୋଟ ପିଲାମାନେ ଦେଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଇମ୍ରାନଙ୍କ ଫିଲ୍ମ ଦ ବଡି ମଧ୍ୟ ଏ ସାର୍ଟିଫିକେଟର ଫିଲ୍ମ ଯାହା ଛୋଟ ପିଲା ବା ଅପ୍ରାପ୍ତ ବୟସ୍କ ଦେଖିବା ଅନୁଚିତ୍। ଅପରପକ୍ଷରେ ସେ କହିଛନ୍ତି ଯେ, ତାଙ୍କର ଏହି ଫିଲ୍ମ ବହୁତ ଭଲ ହୋଇଛି। ଦର୍ଶକ ଏହି ଫିଲ୍ମ ଦେଖି ଜାଣିପାରିବେ ନାହିଁ ଯେ, ଆଗକୁ କଣ ହେବ।

Share

Leave a Reply

Your email address will not be published. Required fields are marked *

five × four =