Friday, October 30, 2026
Latestଜାତୀୟ

ଅଯୋଧ୍ୟା ମାମଲାରେ ହିନ୍ଦୁ ଓ ମୁସ୍ଲିମ ଉଭୟପକ୍ଷଙ୍କ ହେବ ‘ଜିତ୍’

ନୂଆଦିଲ୍ଲୀ() ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ସୁପ୍ରିମକୋର୍ଟ ୪୦ ଦିନ କାଳ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ନଭେମ୍ବର ୪ରୁ ୧୭ ମଧ୍ୟରେ ଏହି ମାମଲାର ରାୟ ଆସିବ। ଅନ୍ୟପକ୍ଷରେ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି।ବୁଝାମଣା ସମୟରେ ସୁନ୍ନି ୱାକଫ ବୋର୍ଡ ବିବାଦୀୟ ଅଞ୍ଚଳ ଛାଡ଼ିବାକୁ ରାଜି ହୋଇଥିବା ମଧ୍ୟସ୍ଥତା ପ୍ୟାନେଲ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏନେଇ ସୁନ୍ନି ୱାକଫ ବୋର୍ଡର ଓକିଲ ଶାହିଦ ରାଜଭୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବୁଝାମଣା ଦ୍ୱାରା ଅଯୋଧ୍ୟା ବିବାଦ ସମାଧାନ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ବୁଝାମଣା ଦ୍ୱାରା ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଫାଇଦା ପାଇବେ। ଆମେ ଏ ସଂକ୍ରାନ୍ତରେ ଆମର ମତାମତ ମଧ୍ୟସ୍ଥତା ପ୍ୟାନେଲକୁ ଦେଇ ସାରିଛୁ। କିନ୍ତୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟକୁ ଏବେ ଖୁଲାସା କରିପାରିବୁ ନାହିଁ।
ହେଲେ ଆଲୋଚନା ସକାରାତ୍ମକ ରହିଛି ଓ ଉଭୟ ହିନ୍ଦୁ ଏବଂ ମୁସଲିମ ନିଷ୍ପତ୍ତି ଦ୍ୱାରା ଖୁସି ହେବେ। ମଧ୍ୟସ୍ଥତା ପ୍ୟାନେଲ ଆମ ଆଗରେ ଯେଉଁ ସର୍ତ୍ତ ରଖିଥିଲେ, ତା’ ଦ୍ୱାରା ଉଭୟ ହିନ୍ଦୁ ଓ ମୁସଲିମରେ ବିଜୟ ହୋଇଛି। ”

Share

Leave a Reply

Your email address will not be published. Required fields are marked *

4 × 2 =