Friday, October 30, 2026
Latestମନୋରଞ୍ଜନ

ବାପାଙ୍କ ସର୍ତ୍ତରେ ବିବାହ କରିଥିଲେ ଏହି ଅଭିନେତା,ଆଉ ତାପରେ କଣ ହେଲା ଜାଣନ୍ତୁ… 

ମୁମ୍ବାଇ () ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ ବିବାହ ହଠାତ୍ ହୋଇଥିଲା।

ଚଳଚ୍ଚିତ୍ର ଜଞ୍ଜିରର ସଫଳତା ପରେ ସେ ଯେତେବେଳେ ଜୟା ଏବଂ ବନ୍ଧୁମାନଙ୍କ ସହ ଲଣ୍ଡନ ଯିବାକୁ ବାହାରିଥିଲେ, ସେତେବେଳେ ପିତା ହରିବଂଶରାୟ ବଚ୍ଚନ ତାଙ୍କ ନିକଟରେ ସର୍ତ୍ତ ରଖିଥିଲେ। ବିବାହ କରି ସାରିବା ପରେ ଉଭୟ ଲଣ୍ଡନ ଯାଇପାରିବେ ବୋଲି ସେ କହିଥିଲେ। ଏଣୁ ବୁଲିବାକୁ ଯିବା ପୂର୍ବରୁ ଅର୍ଥାତ ୩ ଜୁନ୍ ୧୯୭୩ରେ ଉଭୟଙ୍କ ବିବାହ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

14 − 7 =