Friday, October 30, 2026
Latestରାଜ୍ୟ

ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି

 ପୁରୀ()  ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପୁର୍ନଗଠନ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ।

ସେ କହିଛନ୍ତି, ଏଭଳି ଏକ ନିଷ୍ପତ୍ତିକୁ ଦୀର୍ଘ ଦିନରୁ ସେ ଅପେକ୍ଷା କରି ରହିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଲା। ଭାରତର ଅସ୍ତିତ୍ବକୁ କ୍ଷତବିକ୍ଷତ କରିବା ପାଇଁ ବ୍ରିଟିଶମାନଙ୍କର କୁଟନୈତିକ ଗୋଟି ଚାଳନାର ଆଜି ପରାଭବ ଘଟିଲା ବୋଲି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସେ ଆହୁରି କହିଛନ୍ତି,“ ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଏଭଳି ଧାରା ଉଚ୍ଛେଦର ଆବଶ୍ୟକତା ଥିଲା। କୌଣସି ପାର୍ଟିକୁ ପଛରେ ରଖି ଭାରତ ପାଇଁ କାମ କରନ୍ତୁ।”

Share

Leave a Reply

Your email address will not be published. Required fields are marked *

16 + 1 =