Friday, October 30, 2026
Latestଜାତୀୟରାଜ୍ୟ

୩୭୦ଧାରା ଉଚ୍ଛେଦକୁ ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ ()   ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ଓ ଏହାର ପୁର୍ନଗଠନକୁ ବିଜୁ ଜନତା ଦଳ ସମର୍ଥନ କରିଛି। ଏନେଇ ବିଜେଡି ସଂସଦ ପ୍ରସନ୍ନ ଆଚାର୍ୟ୍ୟ ସାଂସଦରେ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଭୂରିଭୂରି ପ୍ରଶଂସା କରିଛନ୍ତି।

ଆଚାର୍ୟ୍ୟ କହିଛନ୍ତି , ବିଜେଡି ଏକ ଆଞ୍ଚ ଳିକ ରାଜନୈତିକ ଦଳ ହୋଇଥିଲେ ବି ଦେଶର ଏକତା ଓ ଅଖଣ୍ଡତାକୁ ଏହା ପ୍ରାଥମିକତା ଦିଏ ।କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ସତେ୍ ଏଠାରେ ଅନ୍ୟ କୈାଣସି ଭାରତୀୟ ଜାଗା ଜମି କିଣିପାରିବ ନାହିଁ,ଏଠାରେ ଭାରତୀୟ ଆଇନ କାର୍ୟ୍ୟ କରିବ ନାହିଁ ବୋଲି ଯାହା ନିୟମ ରହିଥିଲା ତାକୁ ଉଚ୍ଛେଦ କରି ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜୁ ଜନତା ଦଳ , ଦଳର ସଭାପତି ନବୀନ ପଟ୍ଟନାୟକ,ଦଳର ସାଂସଦ ଓ ସେ ନିଜେ ସ୍ବାଗତ କରୁଥିବା ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen − two =