Friday, October 30, 2026
Latestରାଜ୍ୟ

୧୫ରେ ସାରଥିଙ୍କ ଜାମିନ ଆବେଦନର ଶୁଣାଣି

କଟକ()  ୧୫ରେ ହେବ ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାରଥିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଚାଲିଛି। କେନ୍ଦ୍ରାପଡାରେ ବିଚାରାଧୀନ ମାମଲାରେ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ଜାମିନ ପାଇ ସାରିଛନ୍ତି। ବିବାଦୀୟ ଡାକ୍ତର ଯବତୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ବିଚାରାଧୀନ କେନ୍ଦ୍ରାପଡା ମାମଲାରେ ଜାମିନ ମଳିଲେ ସାରଥି ଜେଲରୁ ବାହାରିବା ସମ୍ଭବ ହେବ।

Share

Leave a Reply

Your email address will not be published. Required fields are marked *

8 + 10 =