Friday, October 30, 2026
ମନୋରଞ୍ଜନ

ରିଲିଜ ହେଉ ହେଉ ଭାଇରାଲ୍

ରିଲିଜ ହେଉ ହେଉ ଭାଇରାଲ୍ ହୋଇଛି ‘ଭାରତ’ ଫିଲ୍ମ ର ନୂଆ ଗୀତ ‘ ସ୍ଲୋ ମୋଶନ୍’ । ଏହି ଗୀତରେ ସଲ୍ମାନ୍ଙ୍କ ସହ ଦିଶା ପଟାନୀ ତାଳ ଦେଇ ନାଚିବାର ଦେଖାଯାଉଛନ୍ତି। ଦିଶା ପ୍ରଥମ ଥର ପାଇଁ ସଲ୍ମାନ୍ଙ୍କ ସହ ଏହି ଫିଲ୍ମରେ କାମ କରୁଛନ୍ତି। ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ବେଳେ ଗୀତକୁ ଜବରଦସ୍ତ ରେସପନ୍ସ ମିଳିଛି। ସଲ୍ମାନ୍ ବି ନିଜ ଅନ୍ଦାଜରେ ଖୁବ୍ ଭଲ ଡ୍ୟାନ୍ସ କରିଛନ୍ତି। ‘ଭାରତ’ ଫିଲ୍ମର ଟିଜରକୁ ବି ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି। ଗୀତଟି ରିଲିଜ ହେବା ମାତ୍ରେ ଏହା ଭାଇରାଲ ହୋଇଯାଇଛି।

ସଲମାନଙ୍କ ଫିଲ୍ମ ‘ଭାରତ’ ର ଟ୍ରେଲର ଏପ୍ରିଲ ୨୨ରେ ରିଲିଜ ହୋଇଥିଲା। ଏହା ଏକ ବ୍ୟକ୍ତି ଓ ଏକ ରାଷ୍ଟ୍ରର କାହାଣୀ। ସଲମାନ ଏହି ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍ରେ ନଜର ଆସିବେ। ତାଙ୍କ ସହ ସ୍କ୍ରିନ୍ ଶେଆର କରିବେ କ୍ୟାଟ୍ରିନା କେଫ ଓ ଦିଶା ପଟାନୀ।

Share

Leave a Reply

Your email address will not be published. Required fields are marked *

3 × 4 =