Friday, October 30, 2026
Latestରାଜନୀତି

ବିଜେଡିରେ ସାମିଲ ହେଲେ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା

ବିଜେଡିରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟିଟୁ। ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଟିଟୁ ପଣ୍ଡା। ବିଜେଡିରେ ସାମିଲ ହେବା ପାଇଁ ନିଜର ପ୍ରାୟ ୨ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଥିଲେ । ସାଂଗଠନିକ ଦକ୍ଷତା ଓ ଯୁବଗୋଷ୍ଠୀ ମଧ୍ୟରେ ଆଦ୍ରୁତ ପାଇଥିବା ଟିଟୁଙ୍କ ବିଜେଡିରେ ମିଶ୍ରଣ ଦଳକୁ ଅଧିକ ମଜଭୁତ କରିବ ବୋଲି ବିଜେଡି କହିଛି। ସେପଟେ ଶଙ୍ଖ ଫୁଙ୍କି ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି ଟିଟୁ। ବସନ୍ତ ପଣ୍ଡା ନୂଆପଡ଼ାକୁ ବାରମ୍ବାର ଅବହେଳା କରିବା ସହ କେବଳ ଦଳ ଓ ସ୍ୱାର୍ଥ ପାଇଁ କାର୍ୟ୍ୟକରୁଥିବା କହିଛନ୍ତି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଶାସନ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବ ବୋଲି ଟିଟୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

twenty + 16 =