ପତ୍ନୀହତ୍ୟା କରିବାପରେ ହାଜତରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ଜିଲ୍ଲା ଟାଙ୍ଗୀ ଥାନାରେ ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇ ହାଜତରେ ଥିବା ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଅଭିଯୁକ୍ତ ସ୍ୱାମୀ ହେଲେ ବଳରାମ ନାୟକ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟାଙ୍ଗୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୭ ତାରିଖ ବିଳମ୍ୱିତ ରାତିରେ ସେ ତାଙ୍କ ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ତାକୁ ଥାନା ହାଜତରେ ଅଟକ ରଖି ପଚରାଉଚରା କରୁଥିଲା।ଆଜି ଅଭିଯୁକ୍ତ ବଳରାମଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିବାର ଥିଲା। ତା’ପୂର୍ବରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ହାଜତ ଓ ଥାନା ହାଜତରେ ଥିବା ଅଭିଯୁକ୍ତ ବଳରାମ ନିଜ ବେକ କାଟି ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

twenty + 13 =