ଓକିଲ ଓ ପୁଲିସ୍‌ ବିବାଦରେ ତିନି ପୁଲିସ୍ ନିଲମ୍ବିତ

କଟକ: ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଡିସିପି ଅଖିଳେଶ୍ୱର ସିଂ ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ସସ୍‌ପେଣ୍ଡ କରିଛନ୍ତି।ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲଦାର ପି.କେ ବେହେରା,  କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ।ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ  ନୋଟିସ୍ ଜାରି ହୋଇଛି।  ମାସେ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ସସ୍‌ପେଣ୍ଡ କରାଯାଇଥିବା କଟକ ଡିସିପି କହିଛନ୍ତି। ଏ ସମସ୍ତ ଘଟଣାକୁ ନେଇ ୪ଟି ମାମଲା ରୁଜୁ କରାଯାଇଛି। ଏଡିସିପିଙ୍କ ତତ୍ତ୍ୱାବଧାନରେ କ୍ରାଇମ୍ ଇନ୍ସପେକ୍ଟର ଏ ସବୁର ତଦନ୍ତ କରିବେ।  ତଦନ୍ତ ସମୟରେ ଯାହା ନାଁ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ା ସେହିପରି ପୁଲିସ୍ ଭ୍ୟାନ୍ ପୋଡ଼ିବା ଘଟଣାର ବି ତଦନ୍ତ ହେବ ବୋଲି ଡିସିପି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

five + twelve =