ଭିଜିଲାନସ ଜାଲରେ ସରକାରୀ ଚାକିରିରେ ଥିବା ଦମ୍ପତି

ଭୁବନେଶ୍ବର:  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପା ମୁଖ୍ୟ ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟିଙ୍କ ମହ ତାଙ୍କ ସ୍ବାମୀ ତଥା ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି  । ସେମାନଙ୍କ ନାମରେ ପାଖାପାଖି ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଆଜି ଭିଜିଲାନ୍ସ ପକ୍ଷରୁ ଉଭୟଙ୍କୁ ଗିରଫ କରି ମାରାଥନ ଜେରା କରାଯାଉଛି । ବୁଧବାର ସକାଳେ ନଳିନୀଙ୍କ ଚନ୍ଦ୍ରଶେଖରପୁର ବାସଭବନ ସମେତ ୭ ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ନଳୀନୀଙ୍କ ୟୁନିଟ ୫ ସ୍ଥିତ ଅଫିସ, ଚନ୍ଦ୍ରଶେଖରପୁର  ସ୍ଥିତ ଘର, ମଧୁସୁଧନ ନଗର ଉତ୍କଳ ଭିଲା ସ୍ଥିତ ଫ୍ଲାଟ , ମଧୁସୂଦନ ନଗର ଉତ୍କଳ ଭିଲା ସ୍ଥିତ ଟୁ ବିଏଚକେ ଫ୍ଲାଟ , ପୁରୀ କୁମ୍ଭାରପଡାରେ ଥିବା ପ୍ଲଟ  ଉପରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦ୍ରପଡାରେ ଏହି ଦମ୍ପତିଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ସେହିପରି ନଳିନୀଙ୍କ ସ୍ବାମୀ ବିଜୟଙ୍କ ଛତ୍ରପୁର ଘର ଏବଂ ଅଫିସରେ ଏକ ସଙ୍ଗରେ ଚଢାଉ କରି ବହୁ କାଗଜ ପତ୍ର ଜବତ କରିଛି । ଭିଜିଲାନ୍ସ ବିଭାଗର ୯ ଟି  ଟିମ ଏହି ଚାଡାଉରେ ସାମିଲ ଥିଲା। ଦୁଷ୍ମନ୍ତ ପିଟିସି ଉଭୟ ଘରୁ ଏକ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା ଜବତ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 + ten =