ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୂର

ଗଞ୍ଜାମ: ସ୍ୱାମୀକୁ ହତ୍ୟା କରି ମୁଣ୍ଡଗଣ୍ଡି ଅଲଗା କଲା ସ୍ତ୍ରୀ । ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଗଡ ଗାଁରୁ । ନଦୀକୂଳରୁ ମୁଣ୍ଡ ବିହୀନ ମୃତଦେହ ଜବତ କରିଛି ପୋଲିସ୍ । ସୂଚନାଅନୁସାରେ, ଗତ ଆଠ ବର୍ଷ ତଳେ ମୃତ ଭଗିଆ ନାୟକଙ୍କୁ ବିବାହ କରିଥିଲେ ଝିଲି । ହେଲେ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଏପରିକି ଅନୈତିକ ସମ୍ପର୍କ ଅଭିଯୋଗରେ ଝିଲିଙ୍କୁ ଗାଁଲୋକ ବାହାର କରିଦେଇଥିବା କହିଛନ୍ତି ମୃତକଙ୍କ ପରିବାର ଲୋକ ।

ଝିଲ୍ଲୀଙ୍କୁ ଭଗିଆ ୮ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କ ପରିବାର ବେଶ ହସ ଖୁସିରେ ଚଳୁଥିଲା । ଝିଲ୍ଲିକଙ୍କ ଚରିତ୍ରକୁ ନେଇ ଗାଁରେ ହାଲ୍ଲା ହୋଇଥିଲା । ସେ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବା ଲାଗି ତାଙ୍କୁ ଗାଁଲୋକେ ବାହାର କରିଦେଇଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ତେବେ ପିଲାଙ୍କୁ ଧରି ଝିଲ୍ଲୀ ପାଖ ଗାଁରେ ଭଡ଼ାଘରେ ରହୁଥିଲେ । ଭଗିଆ ପିଲାଙ୍କୁ ଦେଖା କରିବା ଲାଗି ଯାଇଥିବା ବେଳେ ସେଠାରେ ଝିଲ୍ଲୀଙ୍କ ସହ ଝଗଡ଼ା ହୋଇଥିଲା । ଶେଷରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ଆଉ ଭଗିଆଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ସ୍ତ୍ରୀ । ପୋଲିସ ଖବର ପାଇବା ପରେ ମୁଣ୍ଡ ବିହିନ ଗଣ୍ଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।

Share

Leave a Reply

Your email address will not be published. Required fields are marked *

two × two =