ଜାମ୍ମୁ ଓ କାଶ୍ମୀରରୁ ଫେରିଥିବା ନୟାଗଡ଼ ପ୍ରବାସୀ ଓଡ଼ିଆଙ୍କୁ ବିମାନ ବନ୍ଦରରେ ଭେଟିଲେ ମନ୍ତ୍ରୀ ଅରୁଣ ସାହୁ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଜାମ୍ମୁ ଓ କାଶ୍ମୀରରୁ ବିମାନ ଯୋଗେ ନୟାଗଡ଼ ଜିଲ୍ଲାର ୯୩ ଜଣ ପ୍ରବାସୀ ଓଡ଼ିଆ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପ୍ରକାଶ ଥାଉକି ଜାମ୍ମୁ ଓ କାଶ୍ମୀରରେ ରେଳ ଗମନାଗମନ ର ସୁବିଧା ନଥିବାରୁ ପ୍ରବାସୀ ଓଡ଼ିଆଙ୍କ ଫେରିବା ନେଇ ଅନେକ ବାଧା ଉପୁଜୁଥିଲା । ଏହି ଅବସରରେ ଡ଼ଃ ଅରୁଣ କୁମାର ସାହୁ ବିମାନ ବନ୍ଦରରେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ଭେଟିବା ସହିତ ସେମାନଙ୍କର ନିଜ ନିଜ ଅଞ୍ଚଳକୁ ପହଞ୍ଚାଇବା ଦିଗରେ ସମସ୍ତ ପ୍ରକାର ବନ୍ଦୋବସ୍ତ ର ତଦାରଖ କରିଥିଲେ ।

ଆଜି ଜାମ୍ମୁ ଓ କାଶ୍ମୀରରୁ ପହଁଚିଥିବା ୩ ଗୋଟି ବିମାନରୁ ଦ୍ୱିତୀୟ ବିମାନରେ ୬୮ ଜଣ ଏବଂ ତୃତୀୟ ବିମାନରେ ୨୫ ଜଣ ନୟାଗଡ଼ର ପ୍ରବାସୀ ଓଡ଼ିଆ ପହଞ୍ଚିଥିଲେ । ଫେରୁଥିବା ପ୍ରବାସୀମାନେ ସରକାରଙ୍କ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସାମାଜିକ ଦୂରତ୍ୱକୁ ସର୍ବଦା ବଜାୟ ରଖିବାକୁ ମନ୍ତ୍ରୀ ଡ଼ଃ ସାହୁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twelve − ten =