ସୁପ୍ରିମୋ ଚାହିଁଲେ ଫେରିବେ ବାପା : ସମ୍ବିତ

ଭୁବନେଶ୍ବର()   ସୁପ୍ରିମୋ ଚାହିଁଲେ ଫେରିବେ ବାପା, ବିଜେପିରେ ଖୁସି ନାହାନ୍ତି ବାପା, ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ତେବେ ବିଜେଡିରୁ ବିଦା ହେବା ପରେ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବିଜେପି ବିଧାନସଭା ଟିକେଟ ମଧ୍ୟ ଦେଇଥିଲା । ହେଲେ ସେଠାରୁ ପରାଜୟ ହୋଇଥିଲେ ଦାମ ।

ଆହୁରି ସମ୍ବିତ୍ କହିଛନ୍ତି କି, ମୁଁ ଅନୁଭବ କରୁଛି ସେ ବିଜେପିରେ ଖୁସି ନାହାଁନ୍ତି । ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ଏପରିକି ସେଥିପାଇଁ ଲୋକେ ତାଙ୍କୁ ଗ୍ରହଣ କଲେନି ଯାହାର ପରିଣାମ ବାପା ପରାଜିତ ହେଲେ । ନିର୍ବାଚନରେ ପରାଜୟ ତାଙ୍କ ବ୍ୟକ୍ତିତ୍ୱକୁ କିଛି ପ୍ରଭାବ ପକାଇନି, ସେ ଜଣେ ପପରିପକ୍ୱ ନେତା, ଡିସପୋଜେବୁଲ ଆଇଟମ ନୁହଁନ୍ତି ବୋଲି କହିଛନ୍ତି ସମ୍ବିତ୍ ।

ଅନ୍ୟପଟେ ସମ୍ବିତ କହିବା ପରେ ଏବେ ନୂଆ ରାଜନୀତି ପାରଦ ବଢ଼ିବାରେ ଲାଗିଛି । ଏପରକି ଦାମ ବିଜେଡିକୁ ଫେରିବେ କି ପ୍ରଶ୍ନର ଉତ୍ତରରେ ସମ୍ବିତ୍ କହିଛନ୍ତି କି, ରାଜନୀତିରେ କିଛି ବି ଅସମ୍ଭବ ନୁହେଁ ଏବଂ ସୁପ୍ରିମୋ ଚାହିଁଲେ ସେ ଫେରିପାରନ୍ତି ବୋଲି କହିଛନ୍ତି ସମ୍ବିତ ରାଉତରାୟ ।

Share

Leave a Reply

Your email address will not be published. Required fields are marked *

10 − four =