ବିଧାୟକଙ୍କ ନାଁରେ ମାମଲା ରୁଜୁ

ପାଟଣାଗଡ଼()  ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ | ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୩୬୩,୨୯୪,୩୨୩,୩୫୩,୩୫୫ ଦଫା ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ୟାତନା ନିରୋଧ ଆଇନର ଦଫା ୩ ଲାଗିଛି | ଏହା ସହ ଗତକାଲି ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ |

ସୂଚନାଅନୁଶାରେ, ପାଟଣାଗଡ଼ ବିଧାୟକ ଜେଇ ଜୟକାନ୍ତଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଥିବାର ଭିଡିଓ ଭାଇରଲ ହୋଇଥିଲା| ସରକାରୀ ଅଧିକାରୀଙ୍କୁ ଉଠବସ କରାଇବା ଅଭିଯୋଗ ପରେ ଏବେ ବିଜେପି ତାଙ୍କର ଗିରଫ ଦାବି କରିଛି |

ଅନ୍ୟପଟେ ଜେଇ ଜୟକାନ୍ତ ଶବର କହିଛନ୍ତି ଯେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ମାଡ ମାରିଥିଲେ | ତେବେ ନିମ୍ନମାନର କାମ ନେଇ କୌଣସି ଅଭିଯୋଗ ନଥିଲା ବୋଲି ଜୟକାନ୍ତ କହିଛନ୍ତି |

ଏହାକୁ ନେଇ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି |

Share

Leave a Reply

Your email address will not be published. Required fields are marked *

4 − two =