ରଥଯାତ୍ରାରେ ସୁରକ୍ଷା ପାଇଁ ବୈଠକ ଶେଷ

ପୁରୀ ()  ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG କମାଣ୍ଡୋ,୨ କମ୍ପାନୀ CRPF, ୨ କମ୍ପାନୀ RAF । ପୁରୀ ରଥଯାତ୍ରା ସମୟରେ ପୁରୀର ୧୧୦୦ ଫିଟ୍‌ ଉପରେ ବିମାନ ଚଳାଚଳ ନକରିବାକୁ ପରାମର୍ଶ ଦିଆଯାଇଛି। ଫନି ପାଇଁ ସିସିଟିଭି ଗୁଡିକ ନଷ୍ଟ ହୋଇଯାଇଛି। ସେଗୁଡିକର କାମ ଚାଲିଥିବା ବେଳେ ଅସ୍ଥାୟୀ ଭାବେ କିଛି ସ୍ଥାନରେ ସିସିଟିଭି ଲଗାଯିବ। ଟ୍ରାଫିକ୍‌ ଓ ପାର୍କିଂ ପାଇଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭକ୍ତମାନେ ଶାନ୍ତିଶୃଙ୍ଖଳାରେ କିପରି ଦର୍ଶନ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

thirteen + thirteen =