ରସିକିଆ ବିଲଡର, ବିବାହ କରି ଯୁବତୀଙ୍କଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରସିକିଆ ବିଲଡର । ଝିଅଙ୍କୁ ଫସାଇ ବିବାହ କରୁଥିଲେ । ଆଉ ଡିମାଣ୍ଡରେ ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲେ । ଏପରିକି ଦାମୀ କାର ମଧ୍ୟ ଯୌତକୁରେ ପାଇଛନ୍ତି । ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ଫସାଇ ଏଭଳି ରାସଲୀଳା ଚଳାଉଥିବା ବିଲଡରକୁ ଧରିଛି କମିଶନରେଟ୍ ପୋଲିସ । ଆଜି ଦୁଇଜଣ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଧରା ହୋଇଥିବା ଅଭିଯୁକ୍ତ ଜଣକ ହେଲା ପ୍ରିୟବ୍ରତ ମିଶ୍ର ।

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପ୍ରିୟବ୍ରତ ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ବିବାହ କରୁଥିଲେ । ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା । ପରେ ସେମାନଙ୍କୁ ଯୌତୁକ ନିର‌୍ୟାତନା ଦେଇ ଘରୁ ତଡ଼ି ଦେଉଥିଲେ। ପ୍ରିୟବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 7 =