କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ଅସଂଖଯ ଅନୁଗାମୀ ଓ ସମର୍ଥକଙ୍କ ନିକଟରୁ ବିଦାୟ ନେଇଛନ୍ତି ତାମିଲନାଡୁ ରାଜନୀତିର ପ୍ରବାଦ ପୁରୁଷ ଏମ୍‌ କରୁଣାନିଧି । ଚେନ୍ନାଇର ମାରିନା ବିଚ୍‌ରେ ତାଙ୍କର ଶେଷକୃତ୍ୟ କରାଯାଇଛି । ମାରିନା ବିଚ୍‌ସ୍ଥିତ ଆନ୍ନାଦୁରାଇଙ୍କ ସ୍ମୃତିସ୍ଥଳ ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ତାମିଲନାଡ଼ୁ ରାଜ୍ୟପାଳ ବନୱାରୀ ଲାଲ୍ ପୁରୋହିତଙ୍କ ସମେତ ବହୁ ମାନଯଗନଯ ବ୍ୟକ୍ତି ଏମ୍‌ କରୁଣାନିଧି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କରୁଣାନଧିଙ୍କ ପୁଅ ଏମ୍‌କେ ଷ୍ଟାଲିନ୍, ପୁଅ ତାମିଲଆରସୁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ସେହିଭଳି  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଡିଏମ୍‌କେ ନେତା ଏ.ରାଜା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। କରୁଣାନିଧିଙ୍କୁ ଆନ୍ନା ସଲାଇ କମ୍ପ୍ଲେକ୍ସ୍‌ରେ ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ଡିଏମ୍‌କେ ପ୍ରତିଷ୍ଠାତା ସି.ଏନ୍. ଆନ୍ନାଦୁରାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଜି ରାମଚନ୍ଦ୍ରନ ଓ ଜୟଲଳିତାଙ୍କୁ ସମାଧି ଦିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

14 − 2 =