କାଲି ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ବର()   ଆସନ୍ତାକାଲି ଓଡିଶା ଛୁଇଁବ ମୌସୁମୀ । ପ୍ରାଥମିକ ପର୍ୟ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବ। ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ। ତେବେ ମୌସୁମୀ ଲଘୁଚାପ ନେଇ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ୧୦ ଜିଲ୍ଲାରେ କାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ଯାଜପୁର, ନୟାଗଡ଼ ଓ ଭଦ୍ରକ।

Share

Leave a Reply

Your email address will not be published. Required fields are marked *

5 − five =