ଅଫିସରଙ୍କ ଦକ୍ଷତା ଆକଳନରେ ମୋ ସରକାର

ଭୁବନେଶ୍ୱର () ସରକାରୀ ଅଫିସରଙ୍କ ବାର୍ଷିକ ଦକ୍ଷତା ଆକଳନରେ ସାମିଲ ହେଲା ୫-ଟି । ଦକ୍ଷତା ବିକାଶରେ ମୋ ସରକାରକୁ ମିଳିବ ୫ ପ୍ରତିଶତ େଓଟେଜ । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ସବୁ ଅତିରିକ୍ତ ସଚିବ, ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସାଧାରଣ ଲୋକଙ୍କ ପାଖରେ ପହଁଚିବାକୁ ଏବଂ ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାକୁ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନକାରୀ ଅନୁଷ୍ଠାନରେ ସରକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଲୋକଙ୍କ ମତାମତ ଗ୍ରହଣ କରିବା । ପ୍ରାଥମିକ ପର୍ଯ୍ୟାୟରେ ମୋ ସରକାର କାର୍ଯ୍ୟକ୍ରମ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୋଲିସ ପ୍ରଶାସନରେ ଆରମ୍ଭ ହୋଇଛି । ପରବର୍ତ୍ତି ସମୟରେ ଏହାକୁ ଅନ୍ୟ ସବୁ ବିଭାଗରେ କାର୍ଯ୍ୟାକରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାର ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କ ବାର୍ଷିକ ଦକ୍ଷତା ଆକଳନରେ ୫-ଟିକୁ ୨୦ ପ୍ରତିଶତ େଓଟେଜ ଦେବାକୁ ଘୋଷଣା କରିଥିଲେ । ସେହି ଅନୁସାରେ ସେମାନଙ୍କ ପଦୋନ୍ନତି ନେଇ ନିଷ୍ପତ୍ତି ନିଆଯିବ । ତେବେ ଆଜି ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୫-ଟିକୁ ମିଳୁଥିବା ୨୦ ପ୍ରତିଶତ େଓଟେଜରେ ମୋ ସରକାରଙ୍କୁ ୫ ପ୍ରତିଶତ େଓଟେଜ ଦିଆଯିବ । ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ବିଭାଗରେ ହିଁ ଅଫିସରମାନଙ୍କୁ ଏହି େଓଟେଜ ପ୍ରକ୍ରିୟାରେ ସାମିଲ କରାଯିବ ।

କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ବା ଆଇଏଏସ ଅଫିସରଙ୍କ କ୍ଷେତ୍ରରେ ସାମଗ୍ରୀକ ବାର୍ଷିକ ଦକ୍ଷତା ଆକଳନରେ ୧୦ରୁ ୨ କେବଳ ୫-ଟି ଓ ମୋ ସରକାରର କାର୍ଯକାରିତା ପାଇଁ ପ୍ରଦାନ କରାଯିବ । ସେ ମଧ୍ୟରୁ ୧ ପ୍ରତିଶତ କେବଳ ନିଜ ନିଜ ବିଭାଗରେ ୫-ଟିର କାର୍ଯ୍ୟକାରିତା, ୦.୫ େଓଟଜ ସରକାରରେ ୫-ଟିର କାର୍ଯ୍ୟକାରିତା ଏବଂ ବଳକା ୦.୫ େଓଟେଜ ସୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ଦିଆଯିବ । ରାଜ୍ୟ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ସେହିଭଳି ଦକ୍ଷତା ଆକଳନରେ ୫-ଟିର ୨୦ ପ୍ରତିଶତ େଓଟେଜ ମଧ୍ୟରୁ ୧୦ ପ୍ରତିଶତ ନିଜ ନିଜ ବିଭାଗରେ ୫-ଟିର କାର୍ଯ୍ୟକାରିତା ନେଇ, ୫ ପ୍ରତିଶତ ସରକାରରେ ୫-ଟିର କାର୍ଯ୍ୟକାରିତା ନେଇ ଏବଂ ଆଉ ୫ ପ୍ରତିଶତ ମୋ ସରକାରର କାର୍ଯ୍ୟକାରିତା ନେଇ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

5 × five =