ନିଖୋଜ ନାଟକ ସମୟରେ ଟ୍ବିଟ କରିଛନ୍ତି ନବୀନ ନନ୍ଦ

ଭୁବନେଶ୍ବର () : କୋଲକାତାର ଏକ ସ୍ପାରୁ ଦେହଜୀବୀଙ୍କ ସହ ବିବାଦୀୟ ଭାବରେ ଗିରଫ ହେବା ପରେ ନିନ୍ଦନୀୟ ଆଚରଣ ଆଧାରରେ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବନ କରିଛି ବିଜୁ ଜନତା ଦଳ । ପ୍ରଥମେ ନିଖୋଜ ଅଭିଯୋଗ, ପରେ ଦେହଜୀବୀଙ୍କ ସହ ଲିଙ୍କ୍ ଅଭିଯୋଗରେ କୋଲକାତାରୁ ଗିରଫ ଏବଂ ଜାମିନରେ ବାହାରକୁ ଆସିବା ପରେ ପକେଟମାରର କାହାଣୀ । ନବୀନ ନନ୍ଦଙ୍କୁ ନେଇ କେଇ ଘଂଟା ଭିତରେ ସାମ୍ନାକୁ ଆସିଥିବା ଅନେକ ତଥ୍ୟ ଘଟଣାର ଗୁରୁତ୍ବକୁ ବଢ଼ାଇ ଦେଇଛି ।

ବଡ କଥା ହେଉଛି ନବୀନ ନନ୍ଦ ନିଖୋଜ ହେବାର ଖବର ଆସୁ ଆସୁ ଟ୍ବିଟ୍ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ଏମିତି କି ତାଙ୍କୁ ଭେଟିବା ପାଇଁ ଚାହୁଁଥିଲେ ବୋଲି ଲେଖିଥିଲେ ବୈଜୟନ୍ତ । ଏପଟେ ନବୀନ ନନ୍ଦ ଟ୍ବିଟ୍ କରି ଲେଖିଛନ୍ତି-ମୁଁ ଆଶ୍ଚର୍ଯ୍ୟ କାହିଁକି କିଛି ଲୋକ ମୋତେ ଜୟ ପଣ୍ଡାଙ୍କ ସହ ଯୋଡ଼ି ଦେଉଛନ୍ତି । ସତ ଶ୍ରୀଘ୍ର ସାମ୍ନାକୁ ଆସିବ । ବିବାଦର କେନ୍ଦ୍ରରେ ଥିବା ଏହି ସମଗ୍ର ଘଟଣା ଏବେ ଓଡ଼ିଶା ରାଜନୀତିକୁ ସରଗରମ କରିଛି ।

ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ କାହାଣୀର ସେତେବେଳେ ଅନ୍ତ ଘଟିଥିଲା, ଯେତେବେଳେ ଏକ ଫଟୋ ସାମ୍ନାକୁ ଆସିଥିଲା । ଫଟୋଟି ହେଉଛି ସେହି ସମୟର ଯେତେବେଳେ କୋଲକତାର ଏକ ମସାଜ ପାର୍ଲରରୁ ଦେହବ୍ୟବସାୟ କାରବାର ନେଇ ୯ଜଣ ଯୁବତୀଙ୍କ ସହ ୧୮ଜଣଙ୍କୁ ଗିରଫ କରିଥିଲା ପୁଲିସ୍ । ଆଉ ଗିରଫ ବ୍ୟକ୍ତିଙ୍କ ତାଲିକାରେ ଥିଲେ ନବୀନ ନନ୍ଦ । ନବୀନ ନନ୍ଦଙ୍କ ନିଖୋଜ ଘଟଣା ଯେତିକି ବଡ ଚର୍ଚ୍ଚା ସୃଷ୍ଟି କରିନଥିଲା, ତାଠୁ ଅଧିକ ଆଲୋଡନ ସୃଷ୍ଟି କରିଥିଲା, ଦେହଜୀବୀଙ୍କ ସହ ଗିରଫ ହେବା ଘଟଣା ।ହେଲେ ନବୀନ ନନ୍ଦ ଯେଉଁ ସ୍ପଷ୍ଟିକରଣ ରଖିଲେ, ସେଥିରେ ଆସିଥିଲା ପକେଟ୍ ମାର୍ ଥିଓରୀ ।

ପକେଟ୍ ମାରର କାହାଣୀ କହୁଥିବା ନବୀନ ନନ୍ଦ ଏବେ ବେଲରେ ମୁକୁଳି ବାହାରିଛନ୍ତି । ହେଲେ ଏହି ଘଟଣା ଯେମିତି ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ ବାଧକ ଭାବରେ ଛିଡ଼ା ହୋଇଛି । ନିନ୍ଦନୀୟ ଆଚରଣ ଆଧାରରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବନ କରିଛି ବିଜୁ ଜନତା ଦଳ । ପକେଟ୍ ମାର କାହାଣୀ କହି ନିଜକୁ ନିର୍ଦ୍ଦେଶର ପ୍ରମାଣ ଦେଉଥିବା ନବୀନ ନନ୍ଦଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଅନୈତିକ କାରବାର ନିରୋଧୀ ଆକ୍ଟର ଧାରା ୩, ୪, ୫, ୭ ଏବଂ ୧୮ ଏବଂ ଆଇପିସିର ଧାରା ୧୨୦ ବି ଲାଗିଛି ।ଏପଟେ ଏହି ଘଟଣା ବିରୋଧୀ ଦଳକୁ ଆଙ୍ଗୁଳି ଉଠାଇବା ପାଇଁ ଏକ ବଡ ଅସ୍ତ୍ର ଯୋଗାଇ ଦେଇଛି ।

ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ କାହାଣୀର ସେତେବେଳେ ଅନ୍ତ ଘଟିଥିଲା, ଯେତେବେଳେ ଏକ ଫଟୋ ସାମ୍ନାକୁ ଆସିଥିଲା । ଫଟୋଟି ହେଉଛି ସେହି ସମୟର ଯେତେବେଳେ କୋଲକତାର ଏକ ମସାଜ ପାର୍ଲରରୁ ଦେହବ୍ୟବସାୟ କାରବାର ନେଇ ୯ଜଣ ଯୁବତୀଙ୍କ ସହ ୧୮ଜଣଙ୍କୁ ଗିରଫ କରିଥିଲା ପୁଲିସ୍ । ଆଉ ଗିରଫ ବ୍ୟକ୍ତିଙ୍କ ତାଲିକାରେ ଥିଲେ ନବୀନ ନନ୍ଦ । ନବୀନ ନନ୍ଦଙ୍କ ନିଖୋଜ ଘଟଣା ଯେତିକି ବଡ ଚର୍ଚ୍ଚା ସୃଷ୍ଟି କରିନଥିଲା, ତାଠୁ ଅଧିକ ଆଲୋଡନ ସୃଷ୍ଟି କରିଥିଲା, ଦେହଜୀବୀଙ୍କ ସହ ଗିରଫ ହେବା ଘଟଣା । ହେଲେ ନବୀନ ନନ୍ଦ ଯେଉଁ ସ୍ପଷ୍ଟିକରଣ ରଖିଲେ, ସେଥିରେ ଆସିଥିଲା ପକେଟ୍ ମାର୍ ଥିଓରୀ ।

ପକେଟ୍ ମାରର କାହାଣୀ କହୁଥିବା ନବୀନ ନନ୍ଦ ଏବେ ବେଲରେ ମୁକୁଳି ବାହାରିଛନ୍ତି । ହେଲେ ଏହି ଘଟଣା ଯେମିତି ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ ବାଧକ ଭାବରେ ଛିଡ଼ା ହୋଇଛି । ନିନ୍ଦନୀୟ ଆଚରଣ ଆଧାରରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବନ କରିଛି ବିଜୁ ଜନତା ଦଳ । ପକେଟ୍ ମାର କାହାଣୀ କହି ନିଜକୁ ନିର୍ଦ୍ଦେଶର ପ୍ରମାଣ ଦେଉଥିବା ନବୀନ ନନ୍ଦଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଅନୈତିକ କାରବାର ନିରୋଧୀ ଆକ୍ଟର ଧାରା ୩, ୪, ୫, ୭ ଏବଂ ୧୮ ଏବଂ ଆଇପିସିର ଧାରା ୧୨୦ ବି ଲାଗିଛି ।ଏପଟେ ଏହି ଘଟଣା ବିରୋଧୀ ଦଳକୁ ଆଙ୍ଗୁଳି ଉଠାଇବା ପାଇଁ ଏକ ବଡ ଅସ୍ତ୍ର ଯୋଗାଇ ଦେଇଛି ।

Share

Leave a Reply

Your email address will not be published. Required fields are marked *

1 × five =