କରେନା ପାଇଁ ହାତ ଖୋଲିଦେଲେ ଯାଜପୁର ବିଧାୟକ

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ୍ ନିଜ ବିଧାୟକ ପାଣ୍ଠିର ୨୦୨୦-୨୧ ର ସମସ୍ତ ଅର୍ଥ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି । ଏହା ସହ ସେ କହିଛନ୍ତି, ପ୍ରତିଟି ଜୀବନ ମୁଲ୍ୟବାନ ।

ସୂଚନା ଅନୁସାରେ, ଗତକାଲି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ମଧ୍ୟ ଦେଇଥିଲେ ପ୍ରଣବ ପ୍ରକାଶ ଦାସ୍ ।

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ଫଣ୍ଡକୁ ୩ମାସର ଦରମା ଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

nine − three =