ଦୀପା ସାହୁଙ୍କୁ କ୍ୟାନସର

ଭୁବନେଶ୍ୱର() ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

କିନ୍ତୁ ଏବେ କ୍ୟାନସରରେ ପୀଡିତ ହେବା ପରେ ଚିକିତ୍ସା ହେବା ପାଇଁ ଅର୍ଥ ସାଜିଛି ବାଧକ । ପାଖରେ ଟଙ୍କାଟିଏ ନାହିଁ ଚିକିତ୍ସା ହେବାକୁ । ଏହି ଅସହାୟ ସମୟରେ ଦୀପାଙ୍କ ଫିଲ୍ମ ଜଗତର କିଛି ବନ୍ଧୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଛନ୍ତି । ଦୀର୍ଘ ବର୍ଷ ହେବ ଦୀପା ଆଲବମ ଜଗତରୁ ଦୁରେଇ ରହିଥିଲେ । ଆଉ ଏବେ ସେ କ୍ୟାନସରରେ ପୀଡିତ ଥିବା ଖବର ସାମ୍ନାକୁ ଆସୁଛି ।

Share

Leave a Reply

Your email address will not be published. Required fields are marked *

2 + 4 =