ଛାତ୍ରୀ ନିଖୋଜର 24 ଘଣ୍ଟା ଯାଏଁ ୱାଡେନ ଜାଣିପାରିଲେନି

ରାୟଗଡା () ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସେବାଶ୍ରମରୁ ତିନିଜଣ ଛାତ୍ରୀ ନିଖୋଜକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ତିନିଜଣ ଛାତ୍ରୀଙ୍କୁ ଆନ୍ଧପ୍ରଦେଶ ମଛଲିପାଟନମ ଷ୍ଟେସନରେ କାର୍ଯ୍ୟରତ ଜିଆରପି ପୋଲିସ ଉଦ୍ଧାର କରିଛି। ପରେ ତିନି ଛାତ୍ରୀଙ୍କୁ ଆନ୍ଧ୍ରର ଗୁଡିୱାଡା ଆରପିଏଫ ପୋଲିସର ଜିମା ଦିଆଯାଇଛି। ଏହି ଖବର ମିଳିବା ପରେ ଅନୂସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଜଣେ ପ୍ରତିନିଧିଙ୍କ ସହ ଶିଶୁ ସୁରକ୍ଷା ସମିତିର ଅଧିକାରି , ଗୁଣପୁର ପୁଲିସ ଓ ଛାତ୍ରିଙ୍କ ଅବିଭାବକ ମାନେ ମିଶି ସେହି ଉଦ୍ଧାର ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଗୁଡିୱାଡା ଯାଇଛନ୍ତି । ଖବର ନେବାରେ ଜଣାଯାଇଛି ଗତ ସୋମବାର ଦିନ ନବମ ଶ୍ରେଣୀର ଡିଜିଲିତା ଦଳ ବେହେରା , ଅଷ୍ଟମ ଶ୍ରେଣୀର ଦିନା ଶବରଏବଂ କିରନ ଶବର ଉତଥାନ ପରୀକ୍ଷାରେ ଭାଗନବା ସହ ସ୍କୁଲ ସଫେଇ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । ତେବେ ଛାତ୍ରୀ ନିଖୋଜର ୨୪ ପର୍ଯ୍ୟନ୍ତ ସ୍କୁଲ କତୃପକ୍ଷ କିମ୍ବା ଦାୟିତ୍ବରେ ଥିବା ୱାଡ଼େନ ଜାଣିପାରିନଥିବା ବେଳେ ଗତ କାଲି ସଂଧ୍ୟାରେ ଘଟଣା ପଦାକୁ ଆସିଥିଲା । ପରେ ସ୍କୁଲ କତୃପକ୍ଷ ଗୁଣପୁର ଥାନାରେ ତିନି ଛାତ୍ରୀ ନିଖୋଜ ଏତଲା ଦେବା ପରେ ଆନ୍ଧ୍ରରୁ ସମ୍ଫୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − 4 =