ଧାନରେ ବଢିଲା ଏମଏସପି, କାଟ ଖାଇଲା ଓଡିଶାର ପ୍ରସ୍ତାବ

ଭୁବନେଶ୍ବର () ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ଖରିଫ ଋତୁରେ କେନ୍ଦ୍ର ସରକାର 200 ଟଙ୍କା ବୃଦ୍ଧି କରିଛନ୍ତି  । କିନ୍ତୁ ଦେଶର ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡିଶାର ଚାଷୀ ବିଶେଷ ଲାଭବାନ ହେବେନି  । ପୂର୍ବରୁ ବାରମ୍ବାର କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଏମଏସପି ଧାର୍ଯ୍ୟ କରିବାକୁ ଘୋଷଣା କରିଥିବା ବେଳେ ତାହା ଏଯାଏଁ କାର୍ଯ୍ୟକାରୀ ହେଲାନି କି ସ୍ବାମୀନାଥନ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଲାଗୁ କରୁନାହାଁନ୍ତି  । ବରଂ ଧାନର ଏମଏସପି 200 ଟଙ୍କା ବୃଦ୍ଧି କରି କେନ୍ଦ୍ର ସରକାର ପୁଣି ଥରେ ନିଜ ପ୍ରତିଶୃତି ପାଳନରେ ଫେଲ ମାରିଛନ୍ତି ବୋଲି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି ।

ଶସ୍ୟ ଏବଂ ପୁଷ୍ଟିସାଧନ ଶସ୍ୟର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ସୁଧ ବୃଦ୍ଧିକୁ ଆଖି ଆଗରେ ରଖି ଧାନ (ସାଧାରଣ)ର ଏମଏସପିରେ ୨୦୦ ଟଙ୍କା ପ୍ରତି କ୍ବିଣ୍ଟାଲ, ଯଅ (ହାଇବ୍ରିଡ)ରେ ୭୩୦ ଟଙ୍କା ପ୍ରତି କ୍ବିଣ୍ଟାଲ ଏବଂ ସୋରିଷରେ କ୍ବିଣ୍ଟାଲ ପ୍ରତି ୯୯୭ ଟଙ୍କା ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ରାଗୀରେ (୫୨.୪୭ ପ୍ରତିଶତ) କରାଯାଇଛି । ଏହାପରେ ଦ୍ବିତୀୟ ସ୍ଥାନରେ ଯଅ ହାଇବ୍ରିଡ (୪୨.୯୪ ପ୍ରତିଶତ) ଅଟେ । ଡାଲି ଜାତୀୟ ଫସଲରେ ମୁଗ ବ୍ୟତୀତ ହରଡ଼ (ତୁର)ର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ୨୨୫ ଟଙ୍କା ପ୍ରତି କ୍ବିଣ୍ଟାଲ ବୃଦ୍ଧି କରାଯାଇଛି । ଫଳରେ ବ୍ୟୟ ତୁଳନାରେ ରିଟର୍ଣ୍ଣ ୬୫.୩୬ ପ୍ରତିଶତ ବୃଦ୍ଧି ହେବ । ହରଡ଼ର ଏମଏସପିରେ ବ୍ୟୟ ତୁଳନାରେ ରିଟର୍ଣ୍ଣ ୬୨.୮୯ ପ୍ରତିଶତ ବୃଦ୍ଧି ହେବ । କାରଣ ଏଥିରେ ୨୨୦ ଟଙ୍କା ପ୍ରତି କ୍ବିଣ୍ଟାଲ ବୃଦ୍ଧି ହୋଇଛି । ସେହିପରି ବାଜରାର ଏମଏସପିରେ କ୍ବିଣ୍ଟାଲ ପ୍ରତି ୫୨୫ ଟଙ୍କା ବୃଦ୍ଧି କରାଯାଇଛି ଯାହାଦ୍ବାରା ବ୍ୟୟ ତୁଳନାରେ ରିଟର୍ଣ୍ଣ ୯୬.୯୭ ପ୍ରତିଶତକୁ ବୃଦ୍ଧି ଘଟିବ ।

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)  ଏବଂ ଅନ୍ୟ ଅଧିକୃତ ରାଜ୍ୟ ଏଜେନ୍ସି ପୋଷକ ଶସ୍ୟ ସହିତ ଅନ୍ୟ ଶସ୍ୟ ଲାଗି କୃଷକମାନଙ୍କୁ ମୂଲ୍ୟ ସହାୟତା ଜାରି ରଖିବେ । ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ସଂଘ (ନାଫେଡ), ଏଫସିଆଇ, ସ୍ମଲ ଫାର୍ମର୍ସ ଏଗ୍ରୀ-ବିଜନେସ କନସୋର୍ଟିୟମ (ଏସଏଫଏସି) ଏବଂ ଅନ୍ୟ ଅଧିକୃତ କେନ୍ଦ୍ରୀୟ ଏଜେନ୍ସି ଡାଲି ଜାତୀୟ ଏବଂ ତୈଳବୀଜ ଫସଲ କ୍ରୟ ଜାରି ରଖିବେ । ଭାରତୀୟ କପା ନିଗମ (ସିସିଆଇ) କପାର ସମର୍ଥନ ମୂଲ୍ୟ ଅନୁଧ୍ୟାନ ଲାଗି ନୋଡାଲ ଏଜେନ୍ସି ହେବ ।

ଡାଲି ଜାତୀୟ ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଭାରତକୁ ପୁଷ୍ଟିସାଧନ ବିପଦର ମୁକାବିଲା, ମୃର୍ତିକାରେ ନାଇଟ୍ରୋଜେନର ମାତ୍ରା ବୃଦ୍ଧି ଏବଂ ଉର୍ବରକତା ଓ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟତା ମିଳିପାରିବ । ଏହିପରି ଡାଲି ଜାତୀୟ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ ରେ ବୃଦ୍ଧି ଦ୍ବାରା କୃଷକମାନଙ୍କୁ ଏକ ପ୍ରତି ଆୟ ବୃଦ୍ଧି ସୁନିଶ୍ଚିତ ହେବ । ଏହାବ୍ୟତୀତ ସର୍ବନିମ୍ନ ସମର୍ଥନ ମୂଲ୍ୟରେ ବୃଦ୍ଧି ଦ୍ବାରା ତୈଳବୀଜ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଏବଂ ଏହାର ଉତ୍ପାଦନରେ ନିବେଶକୁ ପ୍ରୋତ୍ସାହନ ମିଳିବ । ଏଥିସହିତ ଏହାଦ୍ବାରା ଭାରତକୁ ନିଜ ଆମଦାନୀ ବ୍ୟୟ ହ୍ରାସରେ ମଧ୍ୟ ସହାୟତା ମିଳିପାରିବ । ପୁଷ୍ଟିସାଧନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦ୍ବାରା ପୁଷ୍ଟିସାଧନ ସୁରକ୍ଷା ଏବଂ କୃଷକମାନଙ୍କ ଆୟରେ ସୁଧାର ଆସିପାରିବ ।

କେନ୍ଦ୍ର ସରକାରଙ୍କ ଏହି ଯୁକ୍ତି ସହ ବିଜେଡି ନେତାମାନେ ଏକମତ ହୋଇପାରୁନାହାଁନ୍ତି  । ସେମାନଙ୍କ ଅଭିଯୋଗ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡିଶାରେ ଧାନର କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ଆଧାରରେ ଏମଏସପି ସାଧାରଣ ବର୍ଗର ଧାନ ପାଇଁ 2930 ଟଙ୍କା ଏବଂ ଏ ଗ୍ରେଡର ଧାନ ପାଇଁ 2970 କରିବାକୁ ରାଜ୍ୟ ସରକାର ଦାବି କରିଥିଲେ । ଏ ସଂପର୍କିରେ ଓଡିଶା ବିଧାନସଭାରେ ମଧ୍ୟ ଆଲୋଚନା କରାଯାଇ ସର୍ବସମ୍ମତ ଭାବେ ଏହି ଦର ଧାର୍ଯ୍ୟ କରିବାକୁ କେନ୍ଦ୍ରକୁ ସୁପାରିଶ କରାଯାଇଥିଲା । କିନ୍ତୁ ଉତ୍ତର ଓଡିଶା ଚାଷୀ ଲବିରେ ଗମହ, ମକା, ମାଣ୍ଡିଆ ଉତ୍ପାଦନରେ ସହାୟକ ମୂଲ୍ୟ ସିନା ବଢିଲା, ଧାନରେ ଆବଶ୍ୟକତା ଅନୁଯାୟୀ ଏମଏସପି ବଢିନି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

four × 2 =