ମହିଳାଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କଲେ

ଭୁବନେଶ୍ବର()  ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।

ଏଣିକି ରାଜ୍ୟ ସରକାରଙ୍କ ୧୦ ବିଭାଗ ଅଧିନରେ ହେଉଥିବା ଅନେକ କାର୍ୟ୍ୟ ଏସଏଚଜି ମହିଳା କରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଏସଏଚଜି ମହିଳା ମାନେ ଅଙ୍ଗନୱାଡି ପିଲାଙ୍କ ପାଇଁ ଡ୍ରେସ ତିଆରି କରିପାରିବେ । ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ହେଉଥିବା ଧାନ ସଂଗ୍ରହ, ପିଡିଏସ ସାମଗ୍ରୀ ବଣ୍ଟନ ଓ ଯୋଗାଣ ଦାୟିତ୍ୱ ଏସଏଚଜି ମହିଳାଙ୍କୁ ଦିଆଯିବ ।

କୃଷି ବିଭାଗ ଅଧିନରେ ଏସଏଚଜି ମହିଳା ମାନଙ୍କୁ ବିହନ ଡିଲର ଭାବେ ନିୟୋଜିତ କରାଯିବା ସହ ମହୁ ଚାଷ, ମଞ୍ଜି ଉତ୍ପାଦନ, ନର୍ସରୀ ପରିଚାଳନା, ରାସି ଲଡୁ,ଯୋଗାଣ ପାଇଁ ମଧ୍ୟ ଦାୟିତ୍ୱ ଦିଆଯିବ । ସେହିଭଳି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିନରେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଚାଉଳ ଯୋଗାଣ କାମ କରିପାରିବେ ଏସଏଚଜି ମହିଳା ।

ସେହିଭଳି ଶକ୍ତି ବିଭାଗ ଅଧିନରେ ମହିଳା ମାନଙ୍କୁ ମିଟର ରିଡିଂ କାର୍ୟ୍ୟରେ ନିୟୋଜିତ କରାଯାଇପାରିବ । ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବନ୍ୟ ସଂରକ୍ଷଣ ଓ ନଷ୍ଟ ହୋଇଯାଇଥିବା ଜଙ୍ଗଲର ପୁନରୁଦ୍ଧାର କାର୍ୟ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ସହରାଞ୍ଚଳରେ ପିଡିଏସ ଚାଉଳ ଯୋଗାଣ ଓ ଜନ ସେବା କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ନିୟୋଜିତ କରିବା ନେଇ ଚିଠି ଲେଖିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧିନରେ ମହିଳା ମାନଙ୍କୁ ବିଭିନ୍ନ ପଞ୍ଚାୟତରେ ମାଛ ଚାଷ କରିବାକୁ ପୋତ୍ସାହିତ କରାଯାଇପାରିବ । ହସ୍ପିଟାଲ ପାଇଁ ଖାଦ୍ୟ ଯୋଗାଣ,ସାନିଟାରୀ ଓ ନାପକିନ ଓ ମଶାରୀ ଯୋଗାଣର ଦାୟିତ୍ୱ ଏସଏଚଜି ମହିଳାଙ୍କୁ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରାମାଞ୍ଚଳର ପ୍ରାୟ ୧୦ ହଜାର କିଲୋମିଟର ସଡକ ରାସ୍ତାର ତଦାରଖ କରିବା କାର୍ୟ୍ୟରେ ମଧ୍ୟ ଏହି ମହିଳା ମାନଙ୍କୁ ନିୟୋଜିତ କରିବାକୁ ଗ୍ରାମ ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି ।

ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ସରକାରରେ ଏକ ହଜାର କୋଟି ଟଙ୍କାର ବ୍ୟବସାୟୀକ ସୁବିଧା ଦେବାକୁ ଘୋଷଣା କରିଥିଲେ । ତଦନୁଯାୟୀ ପଂଚମ ପାଳିର ସରକାର ଗଠନ କରିବାର ପ୍ରଥମ ଦିନରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କର ପ୍ରତି ବିଭାଗରେ କିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠି ସିଧାସଳଖ କାମ ପାଇବେ ତାପାଇଁ ରୋଡମ୍ୟାପ ତିଆରି ହୋଇଛି । କେଉଁ ବିଭାଗର କେଉଁ କାମ ଏସଏଚଜି କରିବେ ତାର ତାଲିକା ସରିଛି । ତାହା ଅନୁସାରେ ଜିଲ୍ଲାପାଳଙ୍କୁ ନିର୍ଦେଶ ମଧ୍ୟ ଯାଇଛି ଯେ ଏସଏଚଜିଙ୍କୁ ଲଗାଇ କିଭଳି ଏସବୁ ବିଭାଗ କାମ ହେବ ତାକୁ ଧ୍ୟାନ ଦେବାକୁ ।

Share

Leave a Reply

Your email address will not be published. Required fields are marked *

thirteen + 14 =