କାହାକୁ କେଉଁ ବିଭାଗ ମିଳିଲା ଯାଣନ୍ତୁ …

ଭୁବନେଶ୍ବର () ପଞ୍ଚମ ପାଳିର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ହାତରେ ଗୃହ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ଏବଂ ବଣ୍ଟନ ହୋଇନଥିବା ଯେକୌଣସି ବିଭାଗ ରଖିଥିବା ବେଳେ ପ୍ରଫୁଲ ମଲ୍ଲିକଙ୍କୁ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ବ ଦିଆଯାଇଛି । ଏଥିସହିତ ତାଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଦିଆଯାଇଛି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ୍‍, ଅରୁଣ କୁମାର ସାହୁଙ୍କୁ କୃଷ, ମତ୍ସ୍ୟ ଓ ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ, ନବ କିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିକ୍ରମ କେଶରୀ ଆରୁଖଙ୍କୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର, ନିରଞ୍ଜନ ପଜାରୀଙ୍କୁ ଅର୍ଥ ଓ ଅବକାରୀ, ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସୁଶାନ୍ତ ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ନିୟୋଜନ, ପଦ୍ମନାଭ ବେହେରା ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା ବିଭାଗ ମିଳିଛି ।

ସେହିଭଳି ରାଷ୍ଟ୍ରମନ୍ତ୍ରୀ ଭାବେ ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ, ସୂକ୍ଷ୍ମ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ସମୀର ରଞ୍ଜନ ଦାଶଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ, ପଦ୍ମିନୀ ଦିଆନଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ, ତୁଷାରକାନ୍ତି ବେହେରାଙ୍କୁ ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିଛି ।

Share

Leave a Reply

Your email address will not be published. Required fields are marked *

1 × 3 =