ଶ୍ୱଶୁରଙ୍କ ପରେ ଏବେ ହସପିଟାଲରେ କାଜଲଙ୍କ ମା’

ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ବୀରୁ ଦେବଗନଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖକୁ ପରିବାର ଲୋକେ ଗ୍ରହଣ କରି ପାରି ନ ଥିବା ବେଳେ ଏବେ କାଜଲଙ୍କ ମା’ ତଥା ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତନୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କାଜଲ୍ଙ୍କ ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ତାଙ୍କ ମାଆ ତନୁଜା ମଧ୍ୟ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ନିକଟରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍ ବାହାରେ ଦେଖାଯାଇଥିଲା। ସେ ଏବେ ଯାଏ ମଧ୍ୟ ଶ୍ୱଶୁରଙ୍କ ମୃତ୍ୟୁ ଦୁଃଖରୁ ବାହାରକୁ ଆସିପାରି ନାହାନ୍ତି। ଏବେ ପୁଣି ମା’ଙ୍କ ଅସୁସ୍ଥତା ତାଙ୍କ ଟେନସନ ଆହୁରି ବଢାଇ ଦେଇଛି।କାଜଲ୍ଙ୍କ ମାଆଙ୍କର ବିଗତ କିଛି ଦିନରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଥିପାଇଁ ତାଙ୍କୁ ଲିଲାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

two × two =