ସଚିବାଳୟରେ ଗୀତା ମେହେଟ୍ଟା

ଭୁବନେଶ୍ବର()  ରାଜ୍ୟ ସଚିବାଳୟ ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ବଡ ଭଉଣି ଗୀତା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କ୍ରମାଗତ ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶପଥ ଗ୍ରହଣ ଉସ୍ôବରୁ ସିଧା ସଚିବାଳୟକୁ ଯାଇଥିଲେ । ତାଙ୍କ ସହିତ ଭଉଣୀ ଗୀତା ଓ ବଡ ଭାଇ ପ୍ରେମ ମଧ୍ୟ ଯାଇଥିଲେ । ସେମାନେ କିଛି ସମୟ ପାଇଁ ସଚିବାଳୟରେ ରହି ସେଠାରୁ ନବୀନ ନିବାସ ଫେରିଥିଲେ । ଆଜିର ଶପଥ ଗ୍ରହଣ ଉସ୍ôବରେ ମଧ୍ୟ ଦୁଇ ଭାଇଭଉଣୀ ଉପସ୍ଥିତ ରହି ବେଶ୍ ଉସ୍ôାହର ସହିତ ଶପଥ ଗ୍ରହଣ ଉସ୍ôବକୁ ଦେଖିଥିଲେ ଏବଂ ମଝିରେ ମଝିରେ କରତାଳି ଦେଉଥିବା ଲକ୍ଷ୍ୟ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

four × two =