ବନ୍ଦରନଗରୀରେ ଜଳାଭାବ

ପାରାଦୀପ() ବନ୍ଦରନଗରୀ ପାରାଦୀପରେ ଜଳ ସମସ୍ୟା ଦେଖାଦେଇଛି । ଜଳବିନା ସହରରେ ଲୋକେ ଛଟପଟ ହେଉଛନ୍ତି । ପିଇବାକୁ ଟୋପେ ପାଣି ପାଇଁ ହିନସ୍ତା କହିଲେ ନସରେ । ସେଥିପାଇଁ ପାରାଦୀପ ଟାଉନସିପରେ ଜଳ ଯୋଗାଣକୁ କର୍ତ୍ତୁପକ୍ଷ ନିୟନ୍ତ୍ରଣ କରିଛନ୍ତି । ପୂର୍ବରୁ ସହରକୁ ଯୋଗା ଯାଉଥିବା ୨ରୁ ୩ଥର ଜଳ ଯୋଗାଣକୁ ଏବେ ବନ୍ଦ କରି ଗୋଟିଏ ଥର ଜଳ ଯୋଗେଇବା ପାଇଁ ପାରାଦୀପ ବନ୍ଦର କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି । ଆଜି ଏଠାରେ ଡାକବାଜୀ ଯନ୍ତ୍ର ସାହାର୍ଯ୍ୟରେ ସହରରେ ଏହି ଘୋଷଣା କରାଯାଇଛି ଏବଂ ତା ସହିତ ଜଳ ବ୍ୟବହାରରେ ମିତବ୍ୟୟୀତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ଟାଉନସିପକୁ ଯେଉଁ ଜଳାଶୟରୁ ଜଳ ଯୋଗାଣ ହୋଇଥାଏ ସେଥିରେ ଜଳ ପତ୍ତନ ହ୍ରାସ ପାଇଥିବାରୁ ଜଳ ଯୋଗାଣରେ ଏହି କଟକଣା ଜାରି କରାଯାଇଛି ବୋଲି କୁହାଯାଇଛି । ଅତ୍ୟଧିକ ଖରା ଓ ବର୍ଷାଭାବ ଯୋଗୁ ପାରାଦୀପରେ ପ୍ରଥମ କରି ଏଭଳି ଜଳସଙ୍କଟ ଦେଖା ଦେଇଛି ।

Share

Leave a Reply

Your email address will not be published. Required fields are marked *

seven − four =