ପ୍ରଥମ କିସ୍ତି ଭଳି ଦ୍ୱିତୀୟ କିସ୍ତିରେ ମଧ୍ୟ ୫ ହଜାର

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ ୫ ହଜାର ମାସ୍କ ପ୍ରସ୍ତୁତ କରାଯିବ । ୨ ଦିନ ଭିତରେ ଏହି ମାସ୍କର ଡିଜାଇନ ଚୁଡାନ୍ତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି ।

ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେବାୟତଙ୍କ ସୁରକ୍ଷା ଆମ ଦାୟିତ୍ୱ । ଏହା ସହ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତି ଭଳି ଦ୍ୱିତୀୟ କିସ୍ତିରେ ମଧ୍ୟ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

ଏହାସହ ମୁଖ୍ୟ ପ୍ରଶାସକ କହିଛନ୍ତି ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଆଶ ଅଛି ରଥ କାର୍ଯ୍ୟକ୍ରମ ଏହି ଭଳି ଚାଲୁ ରହିବ ।

Share

Leave a Reply

Your email address will not be published. Required fields are marked *

twelve − twelve =