କକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଯୋଡି ହେଲା ସୋଆ

ଭୁବନେଶ୍ୱର: ଭାରତରେ କକ୍ରେନ୍ ଇଣ୍ଡିଆ ନେଟୱାର୍କ (ସିଆଇଏନ୍)କାର୍ଯ୍ୟକାରୀ ହେବା ସହିତ ଶିକ୍ଷା ଓ
ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଏଥିରେ ଏକ ଆଫିଲିଏଟ୍ ସେଂଟର୍ ଭାବେ ଯୋଡି ହୋଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ସିଆଇଏନ୍ର ନିକଟରେ ଭର୍ଚୁ ଆଲ୍ ଶୁଭାରମ୍ଭ ହୋଇଛି ଓ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ , ନୂଆଦିଲ୍ଲୀ, ଏଥିରେ ସହଯୋଗ କରିଥିଲା ।

କକ୍ରେ ନ୍ ହେଉଛି ୟୁନାଇଟେଡ୍ କିଙ୍ଗଡମ୍ର ଏକ ସଂସ୍ଥା ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରି ଥାଏ ବୋଲି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି । ସିଆଇଏନ୍ ସହିତ ଯୋଡି ହୋଇଥିବା ୯ଟି ଅନୁଷ୍ଠାନ ମଧ୍ୟରୁ ସୋଆ ଅନ୍ୟତମ ହୋଇଥିବା ବେଳେ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ହେଉଛି ଏମ୍ସ, ନୂଆଦିଲ୍ଲୀ, ଆଇସିଏମ୍ଆର୍, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ଭେଲୋର, ଇଣ୍ଡିଆନ୍ ଇନ୍ଷ୍ଟଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ, ହାଇଦ୍ରାବାଦ, କିଙ୍ଗ ଜର୍ଜ ସ ମେଡିକାଲ୍ ବିଶ୍ୱବିଦ୍ୟାଳୟ, ଲକ୍ଷେ୍ନା÷, ମଣିପାଲ୍ ଏକାଡେମୀ ଅଫ୍
ହାଇଅର୍ ଏଜୁକେସନ୍, ମଣିପାଲ୍, ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଟାଟା ମେମୋରିଆଲ୍ ହସ୍ପିଟାଲ୍, ମୁ ମ୍ବାଇ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିବା ବେଳେ ନୀତି ଆୟୋଗର ସଦସ୍ୟ ଡଃ ବିନୋଦ ପଲ୍ ଯୋଗ ଦେଇ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ପ୍ର ଦାନକୁ ନେଇ କକ୍ରେ ନ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍ଆର୍ର ଡାଇରେକ୍ଟ ର ଜେନେରାଲ୍ ପ୍ରଫେସର ବଳରାମ ଭାର୍ଗବ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ପ୍ର ଦାନ କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ୱାଲିଟି ଆସ୍ୟୁରାନ୍ସ ଫର୍ ନର୍ମସ୍ ଆଣ୍ଡ ଷ୍ଟାଣ୍ଡାର୍ଡସର ନିର୍ଦ୍ଦେଶକ ଡଃ ଜନ୍ ଗ୍ରେ ।ଭ, କକ୍ରେ ନ୍ ଲାଇବ୍ରେରୀ ମୁଖ୍ୟ ସମ୍ପାଦକ ଡଃ କର୍ଲା ସୋର୍ସ – ୱାଇଜର, କକ୍ରେନ୍ ୟୁକେର ସିଇଓ ଡଃ ଜୁଡିଥ୍ ବ୍ରୋଡି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen + five =