ହାଜତରେ ମଲେଣି ୫୦ ରୁ ଅଧିକ

ଗତ ୧୦ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ  ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଷ୍ଟ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଥାନା ପୁଲିସ ହେପାଜତରେ ୨୦୧୩ରେ ୬, ୨୦୧୪ରେ ୨, ୨୦୧୫ରେ ୮, ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୪, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୪ ଓ ୨୦୨୨ରେ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି।

ଠିକ୍ ସେହିପରି ଜେଲରେ  ୨୦୧୩ରେ ୪୬, ୨୦୧୪ରେ ୪୩, ୨୦୧୫ରେ ୪୬, ୨୦୧୬ରେ ୪୮, ୨୦୧୭ରେ ୪୭, ୨୦୧୮ରେ ୫୧, ୨୦୧୯ରେ ୫୩, ୨୦୨୦ରେ ୭୮, ୨୦୨୧ରେ ୬୧ ଓ ୨୦୨୨ରେ ୭୩ ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

14 − 9 =