କୃଷି ଶିଳ୍ପ ପାଇଁ ଦୁଇଟି ନୂଆ ନୀତି

ଭୁବନେଶ୍ୱର () ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କୃଷି ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି । କୃଷି ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଏଠାରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପଲିସି ଘୋଷଣା କରିଛନ୍ତି ଏମଆଇଓ କନକ୍ଲେଭର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ‘କୃଷି ଶିଳ୍ପ ପ୍ରୋତ୍ସାହନ ଯୋଜନା’ ଓ ‘ଓଡ଼ିଶା ଅର୍ଗାନିକ ଫାର୍ମିଂ ପଲିସି’ ଘୋଷଣା କରିଛନ୍ତି । ଏହାଦ୍ୱାରା ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଅର୍ଗାନିକ ଫାର୍ମିଂ ଲକ୍ଷ୍ୟ ରଖାଯାଇଛି । ଏତଦବ୍ୟତିତ ଉନ୍ନତ ମାନର ବିହନ ପାଇଁ ଜାତୀୟ ବିହନ ନିଗମ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ରାଜ୍ୟରେ କୃଷିର ବିକାଶ ପାଇଁ ସ୍ୱତନ୍ତ୍ର ନୀତି ହୋଇଛି । ଏହାର ଫଳ ସ୍ୱରୂପ ଓଡିଶାର କୃଷି ଅଭିବୃଦ୍ଧି 8.4 ପ୍ରତିଶତ । ଓଡିଶା ଏକାଧିକ ଥର କୃଷି କର୍ମଣ ପୁରସ୍କାର ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୃଷି ଶିଳ୍ପ ପ୍ରୋତ୍ସାହନ ଯୋଜନାରେ ଆଗାମୀ କିଛି ବର୍ଷ ମଧ୍ୟରେ ଚାଷୀଙ୍କୁ ଆବଶ୍ୟକ ସେବା ଯୋଗାଇଦେବାକୁ ବହୁ କୃଷି ଶିଳ୍ପଦ୍ୟୋଗୀ ଆଗେଇଆସିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

six + three =