କେଉଁ କ୍ଷେତ୍ରରେ କେତେ ନିବେଶ

ଭୁବନେଶ୍ୱର (): ମେକ୍ ଓଡିଶା କନକ୍ଲେଭରେ ୧୫ଟି କ୍ଷେତ୍ରରେ ମୋଟ ୧୮୩ଟି  ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହି ସବୁ ପ୍ରକଳ୍ପରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ୫୩   ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ମିନେରାଲ୍ ଓ ମେଟାଲ୍ କ୍ଷେତ୍ରରେ ୫୩ଟି ପ୍ରସ୍ତାବ ଆସିଛି । ଏହି କ୍ଷେତ୍ରରେ ୨ ଲକ୍ଷ ୩୬ ହଜାର ୪୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ସାର, ବିଶୋଧନାଗାର, ପେଟ୍ରୋକେମିକାଲ୍ କ୍ଷେତ୍ରରେ  ୩୭ଟି ପ୍ରସ୍ତାବରେ ୧ ଲକ୍ଷ ୩୫ ହଜାର ୩୦୯ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । ଭିତ୍ତିଭୂମି ବିକାଶ  କ୍ଷେତ୍ରରେ ୧୨ଟି ପ୍ରସ୍ତାବ ଆସିଥିବାବେଳେ ୧୯ ହଜାର ୧୨୪ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଶିଳ୍ପ ପାର୍କରେ ୬ଟି ପ୍ରସ୍ତାବରେ ୮,୪୩୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୩୦ଟି ପ୍ରସ୍ତାବ ଆସିଛି । ଏହିସବୁ ଶିଳ୍ପରେ ୫ ହଜାର ୨୨୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ବୟନ ଓ ପୋଷାକ ଶିଳ୍ପରେ ୧୭ଟି ପ୍ରସ୍ତାବ ଆସିଥିବାବେଳେ ୫୮୯କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଆଇଟିରେ ୬ଟି, କାଚ ଶିଳ୍ପରେ ୩ଟି, ସ୍ୱାସ୍ଥ୍ୟସେବାରେ ୩ଟି, ଶକ୍ତିକ୍ଷେତ୍ରରେ ୪ଟି, ସାମରିକ ଶିଳ୍ପରେ ୧ଟି, ପର୍ଯ୍ୟଟନ ଶିଳ୍ପରେ ୫ଟି, ବୈଦ୍ୟୁତିକ ଯାନ ଶିଳ୍ପରେ ୪ଟି, ବର୍ଜ୍ୟବସ୍ତୁ ପରିଚାଳନା ଓ ଦକ୍ଷତା ବିକାଶରେ ଗୋଟିଏ ଲେଖାଏଁ ପ୍ରସ୍ତାବ ଆସିଛି ।

Share

Leave a Reply

Your email address will not be published. Required fields are marked *

nineteen − 6 =