ଟି-୨୦ ଦଳରେ ସ୍ଥାନ ପାଇଲେନି ଧୋନି

ଭାରତୀୟ ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ଦିଆଯାଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ଧୋନି ସ୍ଥାନ ପାଇଥିଲେ ମଧ୍ୟ ଟି-୨୦ ଟିମରେ ସ୍ଥାନ ଦିଆଯାଇନାହିଁ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ମାହିଙ୍କୁ ଚୟନ କରାଯାଇନାହିଁ ।
ଏହାଛଡା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲିଙ୍କ ବଦଳରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଧିନାୟକ ଦାୟିତ୍ୱ ତୁଲାଇବେ ହିଟମ୍ୟାନ ରୋହିତ ଶର୍ମା । ଅନ୍ୟପଟେ ଦୀର୍ଘ ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ରୋହିତଙ୍କୁ ପୁଣିଥରେ ଦଳରେ ସ୍ଥାନ ମିଳିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବିରାଟ । ମହେନ୍ଦ୍ର ସିଂ ଧୋନିଙ୍କ ବଦଳରେ ରିଷଭ ପନ୍ଥଙ୍କୁ ୱିକେଟ କିପର ଭାବେ ଟିମରେ ଚୟନ କରାଯାଇଛି । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରିଷଭ ପନ୍ଥଙ୍କ ସହ ପାର୍ଥିବ ପଟେଲଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ଏହାଛଡା ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଟି-୨୦ ସ୍ପେଶାଲିଷ୍ଟ ଭାବେ କୁର୍ଣ୍ଣାଲ ପାଣ୍ଡ୍ୟାଙ୍କୁ ସ୍ଥାନ ଦିଆଯାଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

2 × 5 =