ମାଛ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଯାଜପୁର: ଆନ୍ଧ୍ରରୁ ମାଛ ନେଇ ଆସୁଥିଲା ଟ୍ରକ । ବିଜ୍ ତଳକୁ ଖସି ଦୁର୍ଘଟଣାର ଶିକାର ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଲେଇପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆହତ ଡ୍ରାଇଭରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆଜି ଭୋରୁ ମାଛ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ସେମାନେ ପ୍ରଥମେ ଡ୍ରାଇଭରଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକତ୍ସା ଲାଗି ମେଡିକାଲରେ ଭର୍ତ୍ତି କରିଛି ।

Share

Leave a Reply

Your email address will not be published. Required fields are marked *

one + eleven =