୫ଜଣ ଝିଅଙ୍କୁ ଧରି ଆତ୍ମହତ୍ୟା କଲା ମା

ନୂଆପଡ଼ା: ମଦୁଆ ସ୍ୱାମୀର ନିର୍ଯାତନା ସହିପାରିଲେନି ମହିଳା । ଶେଷରେ ୫ଝିଅଙ୍କୁ ଧରି ଆତ୍ମହତ୍ୟା କଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ମାହାସାମୁଣ୍ଡା ଜିଲ୍ଲାରୁ ଆସିଛି ଏଭଳି ଖବର । ମୃତକମାନେ ହେଲେ ମା ଉମାଙ୍କ ସମେତ ଝିଅ ଅର୍ଣ୍ଣପୂନ୍ନା (୧୮), ଯଶୋଦା (୧୬), ଭୁମିକା (୧୪), କୁମକୁମ୍ (୧୨), ତୁଳସୀ (୧୦) ଆତ୍ମହତ୍ୟା କରିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, କେଜୁରାମ ସାହୁ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସୁଥିଲେ। ଘରେ ଝଗଡା କରୁଥିଲେ । ସେ ତାଙ୍କ ପତ୍ନୀ ଓ ଝିଅମାନଙ୍କୁ ନିର‌୍ୟାତନା ଦେଉଥିଲେ। ପ୍ରତିଦିନ ସମାନ ଢଙ୍ଗର ପରିସ୍ଥିତିରେ ହତାଶ ହୋଇ ମହିଳା ଜଣକ ତାଙ୍କ ପାଞ୍ଚ ଝିଅଙ୍କ ସହ ଚାଲୁଥିବା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ।

ପୋଲିସ କହିଛି ଯେ ଟ୍ରେନ୍ ଧକ୍କା ହେବା ପରେ ଉଭୟ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

Share

Leave a Reply

Your email address will not be published. Required fields are marked *

twelve − 7 =