ଅଭିନେତ୍ରୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ନେତା

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ବାଜେ ମନ୍ତବ୍ୟ ଦେଇ ଡିଏମ୍କେରୁ ନିଲମ୍ବିତ ହୋଇଛନ୍ତି ରାଧା ରବି । ଚଳଚ୍ଚିତ୍ର ଅଭିନେତାରୁ ନେତା ହୋଇଥିବା ରାଧା ରବି କହିଥିଲେ ଯେ ଅତୀତରେ ଭଲ ଭଲ ଅଭିନେତ୍ରୀ ଦେବୀମାନଙ୍କ ଭୂମିକାରେ ଅଭିନୟ କରୁଥିଲେ । ଯାହାଙ୍କୁ ଦେଖିଲେ ଜଣେ ଦେବୀର ଭ୍ରମ ସୃଷ୍ଟି ହେଉଥିଲା । ହେଲେ ନୟନତାରାଙ୍କ ଭଳି ଅଭିନେତ୍ରୀ କେତେବେଳେ ଭୂତ ତ କେତେବେଳେ ପ୍ରେମିକା ଚରିତ୍ରରେ ଅଭିନୟ କରି ଦେବୀ ଦୁର୍ଗା ଭୂମିକା ମଧ୍ୟ କରୁଛନ୍ତି । ଲୋକଙ୍କ ସହ ଶୋଉଥିବା ମହିଳା କେମିତି ସୀତା ଭୂମିକାରେ ଅଭିନୟ କରୁଛନ୍ତି ବୋଲି କହିଥିଲେ ରାଧା ରବି । ଏମିତିକି ତାଙ୍କ ଭାଷଣରେ ସେ ଆହୁରି କହିଥିଲେ ଯେ ମୋତେ ହିନ୍ଦୀ ଭାଷା ଜଣାନାହିଁ । ନହେଲେ ମୁଁ ସିନେମାରେ ଐଶ୍ୱରିୟା ରାୟଙ୍କ ସହିତ ଦୁଷ୍କର୍ମ ଦୃଶ୍ୟର ସୁଟିଂ କରିଥାନ୍ତି ।

ତେବେ ଏଭଳି ଅରୁଚିକର ମନ୍ତବ୍ୟ ପରେ ବରିଷ୍ଠ ଅଭିନେତା ରାଧାରବିଙ୍କୁ ନୟନତାରା ମଧ୍ୟ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, ଶସ୍ତା ଲୋକପ୍ରିୟତା ପାଇଁ ରାଧା ରବି ଏଭଳି କହିଛନ୍ତି । ମୁଁ ବିଭିନ୍ନ ଭୂମିକାରେ ଅଭିନୟ କରେ ଓ ଆଗକୁ ମଧ୍ୟ କରିବି । ସେପଟେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ପ୍ରବଳ ସମାଲୋଚନା କରାଯାଇଛି । ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତିତ୍ୱ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଏହା ପରେ ଡିମଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ରାଧାରବିଙ୍କୁ ନିଲମ୍ବିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + nineteen =