ଯାତ୍ରୀଙ୍କ ସହ ମୋ ବସରେ ନବୀନ

ଭୁବନେଶ୍ୱର() ଆଜି ମୋ ବସ ସେବାକୁ ବର୍ଷେ ପୁରିଛି । ଏହି ଅବସରରେ ମୋ ବସରେ ଭୁବନେଶ୍ୱର ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସରେ ଥିବା ଯାତ୍ରୀମାନଙ୍କ ସହ କଥା ହୋଇ ସେଲ୍ଫି ନେଇଛନ୍ତି ଆଉ କୁନି କୁନି ପିଲାମାନଙ୍କୁ ଅଟୋଗ୍ରାଫ୍ ଦେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତା ବାଣ୍ଟିଛନ୍ତି ନବୀନ ।

ସବୁଠାରୁ ବଡ଼କଥା ହେଲା ରାଜ୍ୟର ମୁଖିଆ ହୋଇଥିଲେ ବି ସେ ମଧ୍ୟ ସାଧାରଣ ନାଗରିକଙ୍କ ଭଳି ବସ୍ ଟିକେଟ ପାଇଁ ୧୦ ଟଙ୍କା ଦେଇ ବସରେ ଯାତ୍ରା କରିଥିଲେ । ଆଉ ସେହି ସମୟରେ ବସ୍ ରେ ଥିବା ଅନେକ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ନିକଟରେ ପାଇଁ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ସେହିପରି ଅନେକ ଯାତ୍ରୀ ନବୀନଙ୍କ ସହ ବେଶ୍ ଖୁଲମଖୁଲା ଭାବେ ମିଶି ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନସ୍ଥିତ ଲୋକସେବା ଭବନ ପର୍ୟ୍ୟନ୍ତ ଯାତ୍ରା କରିଥିଲେ ।

Share

Leave a Reply

Your email address will not be published. Required fields are marked *

nine + 19 =