ବଜ୍ରପାତରେ ଚାଲିଗଲା ୫ ଜୀବନ

କେନ୍ଦ୍ରାପଡା()  କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଆକସ୍ମିକ ବଜ୍ରପାତ ଘଟି ଆଜି ୫ ଜଣଙ୍କର ମୃତୁ୍ୟ ଘଟିଛି ଏବଂ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଚିକିସôା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଜି ଅପରାହ୍ନରେ କେନ୍ଦ୍ରାପଡା ଏବଂ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ସହିତ ଘଡଘଡି ଲାଗି ରହି ଏହି ଦୁର୍ଘଟଣା ଘଟିଛି ।

ମହାକାଳପଡା ବ୍ଲକ ଅନ୍ତର୍ଗତ କରଂଜ ଗାଁରେ ୨ ଜଣ, ମାର୍ଶାଘାଇର ନାରଣପୁର ଗ୍ରାମର ଜଣେ ଏବଂ ଗରଦପୁର ବ୍ଲକରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।
ଏହା ବ୍ୟତୀତ ନୟାଗଡର ଦଶପଲ୍ଲା ଓ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିବା ଖବର ରହିଛି ।

ସେପଟେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଆଜି ବ୍ୟପକ ବର୍ଷା ସହ ବଜ୍ରପାତ ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ସତର୍କ କରାଇଦେବା ସହିତ ହାଇ ଆଲର୍ଟ ଜାରି କରିଛି ।

Share

Leave a Reply

Your email address will not be published. Required fields are marked *

3 × two =