ଆଜି ଦେବ ଦେବ ମହାଦେବଙ୍କ ବିବାହ

ଭୁବନେଶ୍ୱର: ଭୁବନେଶ୍ୱରରେ ମଧ୍ୟ ଶୀତଳଷଷ୍ଠୀକୁ ନେଇ ବ୍ୟାପକ ସୁବିଧା କରାଯାଇଛି । ଯଦିଓ ବାଣ ରୋସଣୀରେ ବିବାହ ମଣ୍ଡପକୁ ମହାଦେବ ଯିବେନି ତଥାପି ନିତୀକାନ୍ତି ଅନୁସାରେ ବିବାହ ହେବ । କରୋନା କଟକଣା ମଧ୍ୟରେ ମହାଦେବଙ୍କ ବିବାହ ଲାଗି ସମସ୍ତ ପ୍ରସ୍ତୁତି ଚାଲିଛି । ସମ୍ବଲପୁର ବଡ଼ ପର୍ବ କୁହାଯାଉଥିବା ଶୀତଳଷଷ୍ଠୀ ଚଳିତବର୍ଷ ଯଦିଓ ଟିକେ ଫିକା ଫଡ଼ିଛି ତଥାପି ନୀତିକାନ୍ତି ଓ କରୋନା କଟକଣା ମଧ୍ୟରେ ସବୁକିଛି ଚାଲିଛି ।

ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍ଜନନୀ ମାତା ପାର୍ବତୀଙ୍କ ସହ ହାତଗଣ୍ଠି ପଡ଼ିବ। ଏଥି ପାଇଁ ବିଭିନ୍ନ ଯାତ୍ରା କମିଟି ଓ ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବା ପରିବାର ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ରାତିରେ ବର ଶୋଭାଯାତ୍ରା ପୂର୍ବରୁ ଦିନତମାମ ବିଭିନ୍ନ ପଡ଼ାରେ ଗଣ୍ଠାଳଫିଟା, ମାତା ପାର୍ବତୀଙ୍କ ପିତୃଳୟ ଗମନ, ହଳଦୀ, ତୈଳାଭିଷେକ, ମହା ସ୍ନାନ, ରୁଦ୍ରାଭିଷେକ, ସ୍ବତନ୍ତ୍ର ଭୋଗ, ବରବେଶ, ମହାଆଳତି ଆଦି ବିଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ।

Share

Leave a Reply

Your email address will not be published. Required fields are marked *

12 − 8 =