କମିସନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର()  ଭୁବନେଶ୍ୱର-କଟକର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ।ପୂର୍ବତନ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୁଧାଂଶୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର୍। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିଲେ।

ଦାୟିତ୍ୱ ଗ୍ରହଣ କଲା ପରେ ସୁଧାଂଶୁ ଷଡଙ୍ଗୀ କହିଛନ୍ତି, କଟକ-ଭୁବନେଶ୍ୱରରେ ଯେମିତି ଲୋକେ ଆରାମରେ ରହିପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ । ଟୁଇନସିଟିରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅପରାଧ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସୁଧାଂଶୁ ଷଡଙ୍ଗୀ ।ସେ ଆହୁରି କହିଛନ୍ତି ଯେ, ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ପୁଲିସ ସାରା ଦେଶରେ ଅଗ୍ରଣୀ ରାଜ୍ୟ। ଏଥିପାଇଁ ଟେକ୍ନୋଲୋଜିର ସୁଫଳ ଲୋକଙ୍କୁ ମିଳିବା ଦରକାର।

ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଏଥିପାଇଁ ଆଇପିଏସ୍ ଓ ଓପିଏସ୍‌ ସ୍ତରରେ ୩୯ଜଣ ବରିଷ୍ଠ ଅଫିସରଙ୍କ ବଦଳି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × five =