ରାଜଧାନୀରେ କାଳବୈଶାଖୀ … 9 ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର () ରାଜଧାନୀ ଭୁବନେଶ୍ୱର ସମେତ 9 ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । କାଳବୈଶାଖୀର ପ୍ରଭାବରେ ରାଜଧାନୀରେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ, କଟକ, ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ଆଜି ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି ।

ସେପଟେ ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହୋଇଛି। ତା’ରି ପ୍ରଭାବରେ ଜୁଲାଇ ୧୮ ତାରିଖ ପର୍ୟ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୧୮ ତାରିଖ ପରଠୁ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଲକ୍ଷ୍ମୀଧର ମହାପାତ୍ର ଏହି ସୂଚନା ଦେଇଛନ୍ତି।

 

Share

Leave a Reply

Your email address will not be published. Required fields are marked *

11 + four =