ଭୁବନେଶ୍ବରରୁ ଦୁବାଇ ଡାଇରେକ୍ଟ ଫ୍ଲାଇଟ ଦାବି

ଭୁବନେଶ୍ବର () ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଦାବି କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାକୁ ବିପୁଳ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ରାଜ୍ୟରେ ଉଦ୍ୟୋଗିକ ନିବେଶ ବୃଦ୍ଧି ପାଇଛି । ରାଜ୍ୟରେ ଉଦ୍ୟୋଗିକ ପୁଞ୍ଚିନିବେଶ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଓଡ଼ିଶାକୁ ବିଦେଶରୁ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆସୁଛନ୍ତି । କେବଳ ଏତିକି ନୁହେଁ ଓଡ଼ିଶାରୁ ମଧ୍ୟ ବାହାର ସ୍ଥାନକୁ ଯାତ୍ରା ବୃଦ୍ଧି ପାଇଛି । ଅନେକ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଭୁବନେଶ୍ବରରୁ ଦୁବାଇ ବିମାନ ଚଳାଚଳ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଧାସଳଖ ବିମାନ ଚଳାଚଳ ନଥିବାରୁ ଦେଶ ବାହାରକୁ ଯାଉଥିବା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁବାଇ ଓ ମଧ୍ୟ ପ୍ରାଚ୍ୟକୁ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହ ସମୟ ମଧ୍ୟ ଅପଚୟ ହେଉଛି । ବର୍ତ୍ତମାନ ସମୟରେ କୌଣସି ଯାତ୍ରୀ ମଧ୍ୟ ପ୍ରାଚ୍ୟ ଦେଶକୁ ଯିବାକୁ ଚାହିଁଲେ ତାଙ୍କୁ ଭୁବନେଶ୍ବରରୁ ଭାୟା ଦିଲ୍ଲୀ ଦେଇ ଗନ୍ତବ୍ୟ ସ୍ଥାନକୁ ପଡ଼ୁଛି । ଅନେକ ଦିନରୁ ମଧ୍ୟ ପୂର୍ବ ଦେଶ ଗୁଡ଼ିକୁ ଯାଉଥିବା ଯାତ୍ରୀମାନେ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଆସୁଛନ୍ତି ।

ଲୋକଙ୍କ ଦାବି ତଥା ସୁବିଧାକୁ ଅଗ୍ରାଧିକାର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଭୁବନେଶ୍ବରରୁ ଦୁବାଇକୁ ଏୟାର ଇଣ୍ଡିଆ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ କଲେ ଯାତ୍ରୀ ଉପକୃତ ହେବା ସହ ଟଙ୍କା ଓ ସମୟ ବଞ୍ଚିପାରିବ । ଯାତ୍ରୀମାନେ ସୁରୁଖୁରୁରେ ବିଦେଶ ଯାଇପାରିବେ । ଏହାବ୍ୟତୀତ ସିଧାସଳଖ ବିମାନ ଚଳାଚଳ ଯୋଗୁଁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 4 =