ଖୋର୍ଦ୍ଧା ଆଇଆଇଟିରୁ ୧୦ ଛାତ୍ର ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିବା ସମୟରେ ଆଜି ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ପଠାଯାଇଥିବା ୪୫ ସାମ୍ପଲରୁ ୨ ସଂକ୍ରମିତ ଚିହ୍ନଟ ସୂଚନା । ସମସ୍ତ ଆକ୍ରାନ୍ତ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ଥିବା ସୂଚନା ପ୍ରଦାନ କରଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସେହିଭଳି ରାଜଧାନୀ ଭୁବନେଶ୍ୱରର ଆଲେନ ଇଂଷ୍ଟିଚ୍ୟୁଟରେ କରୋନା ସଂକ୍ରମିତ ଚିହ୍ନଟ । ପଜିଟିଭ ଚିହ୍ନଟ ପରେ ଇଷ୍ଟିଚ୍ୟୁଟକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ଆଲେନ ଇଂଷ୍ଟିଚ୍ୟୁଟ । ସମସ୍ତ ସଂକ୍ରମିତଙ୍କ ଆଇସୋଲେସନରେ ରଖାଯାଇଥିବା ସମୟରେ ଇଂଷ୍ଟିଚ୍ୟୁଟକୁ ବାହାର ଲୋକଙ୍କ ପ୍ରବେଶ ବାରଣ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀ ଇଂଷ୍ଟିଚ୍ୟୁଟକୁ ପ୍ରବେଶ ପାଇଁ ଅନୁମତି ରହିଛି ।

 
Share

Leave a Reply

Your email address will not be published. Required fields are marked *

four × 3 =