ପୁଣି ଭାରତରେ କରୋନା ରୋଗୀ ଚିହ୍ନଟ

କୋଲକାତା() ଚୀନରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭୂତାଣୁ । ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି। ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମଙ୍ଗଳବାର ହିମାଦ୍ରୀ ବରମନ ଓ ବୁଧବାର ନଗେନ୍ଦ୍ର ସିଂହ ନାମକ ଦୁଇ ଯାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏମାନଙ୍କୁ ବେଲଘାଟ ଆଇଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଯାତ୍ରୀ ବ୍ୟାଙ୍କକରୁ ଏଠାକୁ ଆସିଥିଲେ। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ସେମାନେ ଭୟଙ୍କର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

ten + fifteen =