ଜୟନାରାୟଣଙ୍କ ବାଟରେ କିଏ ହେଲା କଣ୍ଟା?

ଭୁବନେଶ୍ବର (): ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ପ୍ରଦୀପ ନାୟକ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ପଦାରେ ପଡିଛି । ଜୟନାରାୟଣ ଆଜି ନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ପ୍ରଦୀପ୍ତ ତାଙ୍କୁ କେନ୍ଦ୍ରୀୟ ନିଷ୍ପତ୍ତି ବିରୋଧରେ ଏଭଳି ଅସନ୍ତୋଷ୍ଟ ଜାହିର କରିବା ଉଚିତ ନୁହେଁ ।  ତାଙ୍କୁ ବିରୋଧୀ ନେତା ହେବାରେ କିଏ ବାଧା ଦେଲା ଆଉ ଶେଷ ମୁହୂର୍ତ୍ତରେ ଆସିଥିବା ଏ ନିଷ୍ପତ୍ତିର କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି । ଜୟନାରାୟଣଙ୍କ ଏହି କ୍ଷୋଭ ରାଜ୍ୟ ବିଜେପିର କନ୍ଦଳକୁ ପଦାରେ ପକାଇଛି । ଏଥିସହିତ ଜୟନାରାୟଣଙ୍କ ବାଟରେ କେଉଁ କେନ୍ଦ୍ରୀୟ ନେତୃତ୍ବ କଣ୍ଟା ହେଲେ ସେ ପ୍ରଶ୍ନ ଉଠିଛି ।

ବିରୋଧୀ ନେତା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ଯାଇ କ୍ଷୋଭ ପ୍ରକାଶ କରିଛନ୍ତି ଜୟନାରାୟଣ । ମୋତେ ବିରୋଧୀ ଦଳ ନେତା କରିବାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ସବୁ ବିଧାୟକ ତାଙ୍କ ସପକ୍ଷରେ ମତ ଦେଇଥିଲେ । ଏକଥା ବିଧାୟକମାନେ ତାଙ୍କୁ କହିଥିଲେ । ଦଳ ତାଙ୍କୁ ମାସେ ପର୍ଯ୍ୟନ୍ତ ବିଧାୟକ ଦଳ ନେତା ଦାୟିତ୍ବ ତୁଲାଇବାକୁ ମଧ୍ୟ କହିଥିଲେ । ଯେଉଁଥିପାଇଁ ବିରୋଧୀ ଦଳ ଭାବେ ସେ ଗଣମାଧ୍ୟମକୁ ଦଳୀୟ ନିଷ୍ପତ୍ତି ଓ ପଦକ୍ଷେପ ସଂପର୍କରେ ବିବୃତି ଦେଉଥିଲେ । ହେଲେ ଶେଷ ମୁହୂର୍ତ୍ତରେ ସବୁକିଛି ବଦଳିଗଲା, କେନ୍ଦ୍ରର ନିଷ୍ପତ୍ତି ବଦଳିଗଲା କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଜୟନାରାୟଣ । ଆଉ ଏହି କ୍ଷୋଭ ମାଧ୍ୟମରେ ତାଙ୍କ ବିରୋଧରେ ହୋଇଥିବା ଯୋଜନାବଦ୍ଧ ଷଡଯନ୍ତ୍ର ବିଷୟରେ ସୁରାକ ଦେଇଛନ୍ତି ଜୟନାରାୟଣ । ତେବେ କିଏ ସେହି ଷଡଯନ୍ତ୍ରକାରୀ ଯିଏ ଜୟନାରାୟଣଙ୍କୁ ମିଳୁଥିବା ପଦବୀକୁ ପ୍ରଦୀପ୍ତଙ୍କ ପାଖକୁ ଠେଲିଦେଇଥିଲା ? ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ସବୁ ଦଳରେ ଲବି କାମ କରିଥାଏ । ଆମ ଦଳରେ ମଧ୍ୟ ଲବି କାମ କରିଥିବ ବୋଲି କହିଛନ୍ତି ଜୟନାରାୟଣ ।

ସେପଟେ ଜୟଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଜୟନାରାୟଣଙ୍କ ଆଟାକର କାଉଣ୍ଟର ଆଟାକ୍ କରିଛନ୍ତି ପ୍ରଦୀପ୍ତ । କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଜୟଙ୍କ ଉଦ୍ଦେଶ୍ୟରେ ପ୍ରଦୀପ୍ତ କହିଛନ୍ତି । ତେବେ ବିଧାୟକଙ୍କ ସମର୍ଥନ ପ୍ରସଙ୍ଗରେ ଓଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ; ସବୁ ବିଧାୟକ କଣ ତାଙ୍କୁ ଚାହୁଁଥିଲେ, ମୋତେ ବି କିଛି ଚାହୁଁଥିଲେ । ନେତା ଚୟନରେ କୌଣସି ଫିକ୍ସିଂ ହୋଇନି । ବିରୋଧୀ ଦଳ ନେତା ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କୁ ଦାୟିତ୍ବ ଦିଆଗଲା ଆଉ ସବୁ ବିଧାୟକ ଏଥିରେ ସହମତି ବି ପ୍ରକାଶ କଲେ । ତେଣୁ କ୍ଷୋଭ କରିବାର ଅବକାଶ ନାହିଁ ବୋଲି କହି ପ୍ରଦୀପ୍ତ ଜୟନାରାୟଣଙ୍କୁ କହିଛନ୍ତି ।

ତେବେ ବିରୋଧୀ ଦଳ ନେତା ଘୋଷଣା ହେବା ପୂର୍ବରୁ ଜୟନାରାୟଣଙ୍କ ନାଁ ପ୍ରବଳ ଚର୍ଚ୍ଚା ହେଉଥିଲା । ଆଉ ସମସ୍ତେ ମଧ୍ୟ ସ୍ପଷ୍ଟ ହୋଇସାରିଥିଲେ କି ସେ ହିଁ ହେବେ ଏହି ପଦର ଅଧିକାରୀ । ମାତ୍ର କେନ୍ଦ୍ରର ଘୋଷଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଜୟନାରାୟଣ ମଧ୍ୟ ନିଷ୍ପତ୍ତି ଶୁଣି ଚମକି ଯାଇଥିଲେ । ଆଉ ସେବେ ଠାରୁ ଅସନ୍ତୋଷର ନିଆଁରେ ଜଳୁଥିଲେ । ଶେଷରେ ଆଜି ନିଜ କ୍ଷୋଭକୁ ପ୍ରକାଶ କରିଛନ୍ତି ଜୟନାରାୟଣ ।

Share

Leave a Reply

Your email address will not be published. Required fields are marked *

1 × 4 =