ତୁର୍କୀ ଭୂମିକମ୍ପ : ୬୫ ଘଣ୍ଟା ପରେ ୩ ବର୍ଷର ବାଳିକା ଉଦ୍ଧାର

ଇସ୍ତାନବୁଲ ()  କଥାରେ ଅଛି ଯାହକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏପରି ଏକ ବିସ୍ମୟକାରୀ ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପ ଏବଂ ସୁନାମି କାରଣରୁ ପ୍ରାୟ ୯୩ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦୀର୍ଘ ୬୫ ଘଣ୍ଟା କାଳ ମାଟି ତଳେ ରହିମଧ୍ୟ ବଞ୍ଚିଯାଇଛି ଜଣେ ୩ ବର୍ଷୀୟ ଶିଶୁ । ୬୫ ଘଣ୍ଟାର ବ୍ୟବଧାନ ପରେ ଜଣେ ୩ ବର୍ଷୀୟ ଶିଶୁକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଇସ୍ତାନବୁଲ ଅଗ୍ନିଶମ ବିଭାଗ ଅଧିକାରୀ ମୁଆମେର ସେଲିକ ବାଳିକାକୁ ଉଦ୍ଧାର କରିଛନ୍ତି । ଶିଶୁଟି ନୀର୍ଜିବ ଭାବରେ ପଡିରହିଥିବା ବେଳେ ସେଲିକ ଶିଶୁଟିକୁ ବ୍ୟାଗରେ ଭର୍ତ୍ତି କରିବାକୁ ଯାଉଥିଲେ । ମାତ୍ର ସେହି ସମୟରେ ଚମକ୍ରାର ହେବା ସହିତ ଶିଶୁଟି ସେଲିକଙ୍କ ଆଙ୍ଗୁଠିକୁ ଧରିଥିଲା । ଏହାପରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ସମାନ ଢଙ୍ଗରେ ଗତକାଲି ଜଣେ ୧୪ ବର୍ଷୀୟା ବାଳିକାକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ଦୀର୍ଘ ୫୬ ଘଣ୍ଟା ଧରି ଏକ କୋଠାର ଭଗ୍ନାବଶେଷ ତଳେ ରହିବା ପରେ ବାଳିକାକୁ ଉଦ୍ଧାର କରିବା ପରେ ସୋମବାର ଦିନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଭଗ୍ନାବଶେଷ ତଳୁ ପ୍ରାୟ୨୨୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ତୁର୍କୀରେ ଭୂମିକମ୍ପ ଏବଂ ସୁନାମି କାରଣରୁ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କର ପ୍ରାଣହାନି ଘଟିବା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ବ୍ୟତିତ ଗ୍ରୀସରେ ମଧ୍ୟ ଭୂକମ୍ପ ପ୍ରଭାବରେ ୧୯ ଲୋକଙ୍କ ଜୀବନ ଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen + fourteen =